spot_img

Latest Posts

Union Budget 2021-22: ବଜେଟ୍ ପୂର୍ବରୁ ପାରମ୍ପାରିକ ହାଲୱା ସେରିମନି ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍(୨୦୨୧-୨୨) ପ୍ରସ୍ତୁତିର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପାରିକ ହାଲୱା ସେରିମନି ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିଲ୍ଲୀର ନର୍ଥ ବ୍ଲକ୍ ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସହ ଏଥିରେ ଅନୁରାଗ ଠାକପୁର ମଧ୍ୟ ଯୋଗ ଦେଇଥିଲେ।

ବଜେଟ୍ ପ୍ରସ୍ତୁତିର ‘ଲକ୍-ଇନ୍’ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପାରିକ ହାଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥାଏ। ତେଣୁ ଅର୍ଥମନ୍ତ୍ରାଳୟରେ ମଧ୍ୟ ଏହି ପରମ୍ପରା ୧୭ ବର୍ଷରୁ ବି ଅଧିକ ଦିନ ଧରି ରହିଆସିଛି। ପ୍ରତିବର୍ଷ ବଜେଟ ଉପସ୍ଥାପନର ପ୍ରାୟ ୧୦ ଦିନ ପୂର୍ବରୁ ବିଶାଳ କଢ଼େଇରେ ହାଲୱା ପ୍ରସ୍ତୁତ କରାଯାଇ ନର୍ଥବ୍ଲକର ପୁରା ଷ୍ଟାଫଙ୍କୁ ପରସା ଯାଏ। ଏହି କାର୍ଯ୍ୟକ୍ରମ ପରେ ସିଧା ବଜେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ।

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉପସ୍ଥାପନ କରିବେ। ତେବେ ଏହି ହାଲୱା ସେରିମନି ସହ ପେପରଲେସ୍ ବଜେଟ୨୦୨୧-୨୨ର ଶୁଭାରାମ୍ଭ ହୋଇଯାଇଛି।

 

Latest Posts

Don't Miss