ଭୁବନେଶ୍ୱର: ଆଗକୁ ଆସୁଛି ମୁସଲିଲ ଧର୍ମର ବକରି ଇଦ୍ ପର୍ବ। ବକରି ଇଦ୍ ପାଇଁ ୧୧ ଲକ୍ଷରେ ଡିଲ ହୋଇଛି ଛେଳି। ସାଧାରଣରେ ଛେଳିର ଏତେ ଦାମ ସମସ୍ତଙ୍କୁ ଆକର୍ଶଣ କରିଛି। ଏହି ୧୧ ଲକ୍ଷର ଦାମି ଛେଳିଟି ହେଉଛି ଗୁଜୁରାଟ ସୁରତର।

ବକରି ଇଦରେ ଛେଳିକୁ କୁରବାନି ଦେବାର ପ୍ରଥା ରହିଥିବାରୁ ସେହିଦିତ ମୁସଲିମ ଭାଇମାନେ ଭଲ ଭଲ ହୃଷ୍ଟପୃଷ୍ଟ ଛେଳିକୁ କୁରବାନି ଦେଇଥାନ୍ତି। ଛେଳିଟିର ନାମ ଜେମିତି ତାର ସୁନ୍ଦରତା ମଧ୍ୟ ସେମିତି। ଛେଳିର ନାଁ ହେଉଛି ତୈମୁର। ତୈମୁରର ଓଜନ ୧୯୨ କେଜି ରହିଥିବା ବେଳେ ତାହାର ଉଚ୍ଚତା ୪୬ ଇଞ୍ଚ ରହିଛି। ପଞ୍ଜାବି ପ୍ରଜାତିର ଛେଳି ହେଉଛି ତୈମୁର।

ଚେଳିଟର ବୟସ ହେବ ୨ ବର୍ଷ ୭ ମାସ। ଏତେ ସୁନ୍ଦର ହୋଇଛିଯେ ତାକୁ କାଟି ଖାଇବାକୁ ମନ ବଳାଇବନି। ସୁରତରେ ଆକର୍ଶଣ ପାଲଟିଛି ଛେଳି ତୈମୁର। ସୁରତ ନାନପୁରରେ ରୁଥିବା ଜବର ଭାଇ ଏହାକୁ କିଣିଛନ୍ତି। ଛେଳିଟି ଏବେ କେଜୁ ବାଦାମ ସହ ୪ ଲିଟର କ୍ଷିର ପିଉଛି।

