କମିଶନରେଟ ପୋଲିସ ହାତରେ ବାୱରିୟା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ବାୱରିୟା ଗ୍ୟାଙ୍ଗ। ବାଇକରେ ଆସି ରାସ୍ତାରୁ ଚେନ ଝାମ୍ପି ଫେରାର ହୋଇଯାଉଥିଲେ ଏହି ଗ୍ୟାଙ୍ଗ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇଯାଉଛନ୍ତି । ଯେଉଁ ସହରକୁ ଯାଉଥିଲେ ସେଠି ଆଗ ଏକ ବାଇକ୍ ଚୋରି କରୁଥିଲେ । ପରେ ଚୋରି ବାଇକରେ ଚେନ ଲୁଟୁଥିଲେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାର । ଏହି କୁଖ୍ୟାତ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ତା ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ ଜବତ ହୋଇଛି ।

ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଞ୍ଚଳର ଆକାଶ ସାମଲ ଓ ବିଡାନାସୀ ଅଞ୍ଚଳର ସିତଲ ବେହେରାକୁ ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାଁରେ କଟକ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି ।