ଚେକିଂରେ ଅଟକିଲେନି ବୋଲି ମାଡ଼ ମାରିଲା ପୋଲିସ

ବାରିପଦା: ହେଲମେଟ୍ ଚେକିଂ ବେଳେ ପୋଲିସର ଜୁଲୁମ୍ । ଯୁବକଙ୍କୁ ପୋଲିସ୍ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ । ଏହାକୁ ନେଇ ଜାମଦା ଥାନା ଘେରାଉ କରୁଛନ୍ତି ଉତ୍ୟକ୍ତ ଲୋକ । ଜାମଦା ଥାନା ପାସନା ଗାଁର ଲୁଗୁ ହାଁସଦା ନାମକ ଯୁବକ ଜାମଦା ବଜାରକୁ ପରିବା ବିକ୍ରି ପାଇଁ ଆସିଥିଲେ । ସେହି ସମୟରେ ପୋଲିସ୍ ହେଲମେଟ୍ ଚେକିଂ କରୁଥିଲା । ତେବେ, ହେଲମେଟ୍ ପିନ୍ଧିନଥିବା ଲୁଗୁ ହାଁସଦା ଅଟକିବାରେ ବିଳମ୍ବ କରିବା ଯୋଗୁଁ ପୋଲିସ୍ ଲାଠିରେ ମାଡ଼ ମାରିଥିଲା ।

Baripada Jamada Police Beaten Youth For Not Wearing Helmet

ଏଥିରେ ଯୁବକ ଜଣଙ୍କ ରକ୍ତାକ୍ତ ହୋଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଫାଇନ୍ ବଦଳରେ ପୋଲିସର ମାଡ଼ ମାରିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ସେମାନେ ଜାମଦା ଥାନା ଘେରାଉ କରିଛନ୍ତି । ଆହତ ଲୁଗୁଙ୍କୁ ଜାମଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ବୁଝାସୁଝା କରୁଛି ।

Baripada Jamada Police Beaten Youth For Not Wearing Helmet

ଏହା ପୂର୍ବରୁ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ପୋଲିସ ମାଡ଼ରେ ଜଣେ ଯୁବତ ଗୁରୁତର ହୋଇଥିଲେ । ଯୁବକଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିଲା । ମାସ୍କ ଓ ହେଲମେଟ୍ ଚେକିଂ ବେଳେ ପୋଲିସ ଲାଠିମାଡ଼ରେ ଆହତ ହୋଇଥିଲେ ଯୁବକ । ମୟୂରଭଞ୍ଜ ଜିଲ୍ଲାରେ ହେଲମେଟ୍ ଚେକିଂ ବେଳେ ପୋଲିସ ମାଡ଼ ମାରିବା ଘଟଣା ବାରମ୍ବାର ଘଟୁଛି ।

Baripada Jamada Police Beaten Youth For Not Wearing Helmet

ଭୁଲ୍ ପାଇଁ ଫାଇନ୍ ଆଦାୟ କରୁଥିବା ପୋଲିସ ମାଡ଼ ମାରିବା ବଦଳରେ ଜରିମାନା ଟଙ୍କାରେ ହେଲମେଟ୍ କିଣିଦେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି କଲେ ଲୋକେ ସଚେତନ ହେବା ସହ ମାଡ଼ ପାଇଁ ଦୁର୍ନାମ ମୁଣ୍ଡାଇଥିବା ପୋଲିସ ପ୍ରଶଂସାର ପାତ୍ର ହୁଅନ୍ତା ।

Leave a Reply