spot_img

Latest Posts

ମ୍ୟାଚ୍ ବେଳେ ଲିଭିଗଲା ଫ୍ଲଡ୍ ଲାଇଟ୍, ସବୁ ମହଲରେ ସରକାରଙ୍କୁ ଛି ଛି କରୁଛନ୍ତି କ୍ରିକେଟ ପ୍ରେମୀ

ଭୁବନେଶ୍ବର:  ଗତ ୨୫ ବର୍ଷ ଭିତରେ କେବେ ବି ଏପରି ପରିଚାଳନାଗତ ତୃଟି ଦେଖିବାକୁ ମିଳିନଥିଲା । ଗତକାଲିର ମ୍ୟାଚକୁ ମିଶାଇ କଟକ ବାରବାଟିରେ ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳ ଯାଇଛି । ଅନେକ ବର୍ଷ ପରେ ବାରବାଟୀକୁ ମ୍ୟାଚ୍ ମିଳିଥିଲା, ହେଲେ ଏହି ବିଭ୍ରାଟକୁ ଦେଖିଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଆଉ କଟକକୁ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ଦେବ ତ? ୩୨ ମିନିଟର ଏହି ଭୁଲ ଯୋଗୁଁ ବାରବାଟୀ ଇତିହାସରେ ଯୋଡି ହେଲା ଏକ କଳଙ୍କିତ ଅଧ୍ୟାୟ । ହେଲେ ଓସିଏ ଓ ରାଜ୍ୟ ସରକାର ଡିଜି ସେଟ୍ ଡ୍ରାଇଭର ଉପରେ ସବୁ ଦୋଷ ଲଦି ନିଜ କାନ୍ଧରୁ ଦୋଷ ଖସାଇ ଦେବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଜନପ୍ରତିନିଧି । ଏତେ ସବୁ ପରେ ବାରବାଟୀକୁ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ମିଳିବା ନେଇ ସନ୍ଦେହ ବଢିଛି ।

ବିଜେଡି ସମୟରେ ଭାରତର ସ୍ପୋର୍ଟସ କ୍ୟାପିଟାଲ ଭାବେ ଓଡ଼ିଶାକୁ ପରିଗଣିତ କରାଯାଉଥିଲା । ହେଲେ ୩୨ ମିନିଟରେ ସବୁ ଅନ୍ଧାର ହୋଇଗଲା । ସବୁକୁ ବଳି ଗଲା ସରକାରଙ୍କ ଓକିଲାତି କରିବାକୁ ଯାଇ ବିଜେପି ବିଧାୟକ ନବୀନ ଜୈନ ବିତଣ୍ଡା ଯୁକ୍ତି । ଜଣକୁ ହାର୍ଟ ଚୋକ ହେବ, ମରିଯିବ କଣ କରାଯିବ ବୋଲି ନବୀନ ସଫେଇ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ବିଜେପି ବିଧାୟକଙ୍କ ଏପରି ଅପମାନଜନକ ମନ୍ତବ୍ୟକୁ ନେଇ ବିଜେଡି ଓ କଂଗ୍ରେସ ବର୍ଷିଛି । ଏପରିକି ବିଜେପି ବିଧାୟକଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ୟକୁ କ୍ରିକେଟ ପ୍ରେମୀ ବି ନାପସନ୍ଦ କରିଛନ୍ତି । ସବୁ ସମୟରେ ଓଡିଆ ଅସ୍ମିତା କଥା କହୁଥିବା ସରକାର କଣ ବାରବାଟୀ ବିଭ୍ରାଟକୁ ବି ଅସ୍ମିତାର ରୂପ ଦେବ? ସାରା ଓଡିଶା ଏବେ ଏହି ପ୍ରଶ୍ନ ପଚାରିବା ସହ ଛି ଛି କରୁଛନ୍ତି । ଭାରତ ଓ ଇଂଲଣ୍ଡ ଖେଳାଳି ବାରବାଟୀ ବିଭ୍ରାଟର ତିକ୍ତ ଅନୁଭୁତି ସହ ତୃତୀୟ ମ୍ୟାଚ ପାଇଁ ଅହମ୍ମଦାବାଦ ଯାଇଛନ୍ତି। ରୋହିତ ଶର୍ମା ନିଜର ୩୨ ତମ ଶତକର ସ୍ମୃତି ସାଉଣ୍ଟିଥିବେ ନା ୩୨ ମିନିଟର ଅନ୍ଧାରର ସ୍ମୃତି । ଭାରତୀୟ କ୍ରିକେଟ ଇତିହାସରେ ବାରବାଟୀ କଳଙ୍ଗ ଚିରଦିନ ପାଇଁ ଲିପବଦ୍ଧ ହୋଇ ରହିଗଲା। ଏହା କଣ ଓଡିଆ ଅସ୍ମିତା?

Latest Posts

Don't Miss