ବାହାରୁ ଭାରତ, ଭିତରେ ବେଲୁଚଙ୍କ ଆକ୍ରମଣ; ଅବ ତେରା କ୍ୟା ହୋଗା ପାକିସ୍ତାନ…
1 min read
ନନ୍ଦିଘୋଷ ବ୍ୟୁରୋ: ଫସିଗଲା ପାକିସ୍ତାନ । ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ପାକସ୍ତାନ ଉପରେ ଭାରି ପଡ଼ିବାରେ ଲାଗିଛି । ପହଲଗାଓଁ ନରସଂହାର ପରେ ଭାରତ ଆତଙ୍କବାଦୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ କଲା । ହେଲେ ପାକିସ୍ତାନ ଏହାର ପ୍ରତିବାଦରେ ପାଲଟା ଆକ୍ରମଣ ଉଦ୍ୟମ କରି ଫସିଗଲା । ଏବେ ଭାରତ ପାକିସ୍ତାନର ଭଲ ଭାବେ ଅପରେସନ କରୁଛନ୍ତି । ଚିହ୍ନଟ କରି ଆତଙ୍କବାଦୀ ଶିକିର ସହ ସେନା କ୍ୟାମ୍ପ ଓ ଏୟାରବେସକୁ ଉଡାଉଛି । ଆଉ ଏହି ମୌକାର ଫାଇଦା ଉଠାଇଛି ବେଲୁଚିସ୍ତାନର ବେଲୁଚ୍ ଲିବରେସନ ଆର୍ମି । ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନ ସ୍ଥିତି ଟଳମଳ ଥିବା ବେଳେ ବେଲୁଚ ଲିବରେସନ ଆର୍ମି (ବିଏଲଏ) ପକ୍ଷରୁ ପାକସ୍ତାନ ସେନା ଉପରେ ଜବରଦସ୍ତ ଆଟାକ କରାଯାଉଛି ।
ବିଏଲଏ ପ୍ରବକ୍ତା ଜିୟାନ୍ଦ ବଲୋଚଙ୍କ ବୟାନ ଅନୁସାରେ ବିଏଲଏ ବେଲୁଚିସ୍ତାନରେ ପାକିସ୍ତାନର ୩୯ଟି ସ୍ଥାନରେ ଆକ୍ରମଣ କରିଛି । ଆମର ଏହି ଅପରେସନ ଏବେ ବି ଜାରି ରହିଛି । ବିଏଲଏ ବିଶେଷ କରି ଜାତୀୟ ରାଜପଥ ଗୁଡିକୁ ଟାର୍ଗେଟ କରି ଧ୍ବଂସ କରି ଦେଉଛନ୍ତି । ଏହାସହ ପୋଲିସ ଷ୍ଟେସନକୁ ବି ଟାର୍ଗେଟ କରାଯାଉଛି । ଏହାସହ ସେନା କ୍ୟାମ୍ପକୁ ଟାର୍ଗେଟ କରି ଯବାନଙ୍କୁ ଅଟକ ରଖାଯାଉଥିବା ବେଳେ ଅସ୍ତ୍ରଶସ୍ତ୍ର ଲୁଟି ନେଉଛନ୍ତି । ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ‘ଆମେ ପାକିସ୍ତାନ ପୋଲିସ ଷ୍ଟେସନ, ରାଜପଥ, ସେନାର ଗୁଇନ୍ଦା ଅଫିସର, ସେନା ଅସ୍ତ୍ରଶସ୍ତ୍ର, ସେନା କ୍ୟାମ୍ପକୁ ଟାର୍ଗେଟ କରୁଛୁ । ଏହି ଅପରେଶନ ଜାରି ରହିଛି । ଆଗକୁ ସବିଶେଷ ବିବରଣୀ ଦିଆଯିବ ।’
ବିଏଲଏ ପାକିସ୍ତାନକୁ ଦେଉଛି ଝଟକା ପରେ ଝଟକା
ଭାରତର ଏୟାର ଷ୍ଟ୍ରାଇକ ପରେ ପାଗଳ ହୋଇଯାଇଛି ପାକିସ୍ତାନ । ବାରମ୍ବାର ଡ୍ରୋନ ଓ ମିଜାଇଲ ଆକ୍ରମଣ କରିବାକୁ କରୁଛି ବିଫଳ ଚେଷ୍ଟା । ଆଉ ଏହାର ଜବାବ ଭାରତ ତରଫରୁ ପାକସ୍ତାନକୁ ମିଳୁଛି । ଯେସାକୁ ତେସା ନୀତିରେ ଭାରତ ମଧ୍ୟ ପାକିସ୍ତାନ ଉପରେ ଡ୍ରୋନ ଓ ମିଜାଇଲ ମାଡ଼ କରି ଛାରଖାର କରିବାରେ ଲାଗିଛି । ଆଉ ଅନ୍ୟପଟେ, ନିଜ ଦେଶ ଭିତରେ ପାକିସ୍ତାନ ଉପରେ ଭାରି ପଡୁଛି ବେଲୁଚ ଲିବରେସନ ଆର୍ମି ବା ବିଏଲଏ । ଗତ ତିନି ଦିନରେ ବିଏଲଏ ପାକିସ୍ତାନର ବେଲୁଚସ୍ତାନ ପ୍ରାନ୍ତରେ ଏକାଧିକ ଘାତକ ଆକ୍ରମଣ କରିଛି । ଯାହାଦ୍ବାରା ପାକିସ୍ତାନ ସେନାକୁ ବହୁତ କ୍ଷତି ସହିବାକୁ ପଡୁଛୁ ।
୭ ମେ’ରେ ବୋଲନର ମଚ-କଚ୍ଛ ଜିଲ୍ଲାରେ ବିଏଲଏ ଏକ ସୈନ୍ୟ ଗାଡ଼ିକୁ ରିମୋଟ କଣ୍ଟ୍ରୋଲର ସାହାଯ୍ୟରେ IED ବିସ୍ଫୋରଣ କରି ଉଡ଼ାଇ ଦେଲା । ଯେଉଁଥିରେ ୧୨ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଥିଲା । ଏଥିରେ କାମଣ୍ଡର ତାରିକ ଇମରାନ ଏବଂ ସୁବେଦାର ଉମର ଫାରୁକ ସାମିଲ ଥିଲେ । ସେହିଦିନ କେଚର କୁଲାଗ ତିଗରାନ କ୍ଷେତ୍ରରେ ପାକିସ୍ତାନୀ ସେନାର ବମ୍ ନିଷ୍କ୍ରିୟ କରିବାର ସହ ପାଲଟା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନ ସେନାର ଦମନକାରୀ ନୀତି ବିରୋଧରେ ଏହି ଆକ୍ରମଣ ଥିବା ବିଏଲଏ ପକ୍ଷରୁ କୁହାଯାଇଥିଲା । ସେହିପରି ୮ ମେ’ରେ କେଟାରେ ବିଏଲଏ ପକ୍ଷରୁ ୬ଟି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସୈନ୍ୟ ଠିକଣା ଓ ସୁରକ୍ଷା କେନ୍ଦ୍ର ସାମିଲ ଥିଲା । ଏହି ଆକ୍ରମଣରେ ଏକାଧିକ ସୈନିକ ମୃତାହତ ହୋଇଥିବା ଜଣାପଡ଼ିଛି । ବେଲୁଚ ନାଗରିକଙ୍କ ଉପରେ ପାକିସ୍ତାନ ଚଲାଇଥିବା ଅତ୍ୟାଚାର ବିରୋଧରେ ଏହି ଆକ୍ରମଣ ଥିବା ବିଏଲଏ କକ୍ଷରୁ କୁହାଯାଇଥିଲା ।