ଗଣପତିଙ୍କ ଲଡୁର ମୂଲ୍ୟ ୨୫ ଲକ୍ଷ, ନିଲାମ ନେଲେ ଲକ୍ଷ୍ମଣ ରେଡ୍ଡୀ

ହାଇଦ୍ରାବାଦ: ଗଣପତିଙ୍କ ଲଡୁର ମୂଲ୍ୟ ୨୫ ଲକ୍ଷ  । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଲଡୁର ମୂଲ୍ୟ ରହିଛି ୨୪ ଲକ୍ଷ ୬୦ ହଜାର ଟଙ୍କା  । କିଣିବା ପାଇଁ ହୋଇଛି ନିଲାମ  । ତେଲେଙ୍ଗାନର ରାଜଧାନୀ ହାଇଦ୍ରାବଦରେ ଧୁମଧାମରେ ପାଳିତ ହୋଇ ଆସୁଛି ଗଣେଷ ପୂଜା  । ପ୍ରତିବର୍ଷ ରୋସଣୀରେ ବିସର୍ଜନ ହୁଅନ୍ତି ବିଘ୍ନ ବିନାଶକ ପ୍ରଭୁ ଗଜାନନ  । ସିକନ୍ଦରାବାଦରୁ ହାଇଦ୍ରାବାଦ ପ୍ରତି ମଣ୍ଡପରେ ପୂଜା ପାଆନ୍ତି ପ୍ରଭୁ ଲମ୍ବୋଦର  । ଆଉ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଛୁଟି ଆସିଥାନ୍ତି ଅଗଣିତ ଭକ୍ତ  ।

ଗଣେଷ ପୂଜା ମଧ୍ୟରେ ଚର୍ଚ୍ଚାରେ ଥାଏ ପ୍ରଭୁ ଗଜାନନଙ୍କ ଲଡୁ ବିକ୍ରି  । ବାଲାପୁର ଗଣେଷ ମଣ୍ଡପର ଲଡୁ ନେବା ପାଇଁ ଲାଗେ ଭକ୍ତଙ୍କ ଗହଳି  । ଏ ଲଡୁର ଦାମ ଶହ କିମ୍ବା ହଜାରରେ ନୁହେଁ, ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ ଲଡ଼ୁ  । ମିଳିଥିବା ସୂଚନା ମୁତାବକ ପ୍ରଭୁ ଗଣପତିଙ୍କ ପାଖରେ ଲାଗିଥିବା ଭୋଗ ଲଡୁର ଓଜନ ପ୍ରାୟ ୨୨ କେଜି  ରହିଥାଏ  । ଏବଂ ଏହି ୨୨ କେଜିର ଲଡୁ କିଣିବା ପାଇଁ ଅସଂଖ୍ୟ ଭକ୍ତଙ୍କ ସମାଗନ ହୋଇଥାଏ  । ପ୍ରତିବର୍ଷ ବଢିଚାଲିଛି ଲଡୁର ମୂଲ୍ୟ  । ଚଳିତବର୍ଷ ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଏହି ଲଡୁ  ।

ଚଳିତବର୍ଷ ଲଡୁ କିଣିଛନ୍ତି ବାଲାପୁରର ଲକ୍ଷ୍ମଣ ରେଡ୍ଡୀ  । ସେ ଉକ୍ତ ଗଣେଷ ପୂଜା କମିଟିର ସଦସ୍ୟ ରହିଥିବାବେଳେ ଲଡୁ ନେବା ପାଇଁ ନିଲାମ ପକ୍ରିୟାରେ ମଧ୍ୟ ଭାଗ ନେଇଥିଲେ  ।  ପୂଜା ମଣ୍ଡପରେ ୧୯୯୪ ମସିହାରୁ ଲଡୁ ନିଲାମ ପକ୍ରିୟା  ଜାରି ରହିଛି  । ଯେତେବେଳେ ପ୍ରଥମ କରି ନିଲାମ କରାଯାଇଥିଲା, ସେତେବେଳେ ୪୫୦ ଟଙ୍କାରେ ବିକ୍ରିୟ ହୋଇଥିଲା ବାବାଙ୍କ ଏହି ଲଡୁ  । ପରବର୍ତ୍ତୀ ସୟମରେ ଢେର ଉର୍ଦ୍ଧ୍ୱକୁ ଯାଇଛି ନିଲାମ ଅର୍ଥରାଶି  ।

୨୦୧୯ ମସିହାରେ ଗଣପତି ବାବାଙ୍କ ଲଡୁ ୧୭ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ ହୋଇଥିଲା  । ସେହିପରି ୨୦୨୧ ମସିହାରେ ଏହାକୁ ଜଣେ ବ୍ୟକ୍ତି ୧୮ ଲକ୍ଷ ୯୦ ହଜାରରେ କିଣିଥିଲେ  । ସେହିପରି ଚଳିତବର୍ଷ ଏହି ଲଡୁର ମୂଲ୍ୟ ୨୫ଲକ୍ଷ ହୋଇଛି  । ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଭକ୍ତଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି  । ପ୍ରସାଦ ସେବନ ଠାରୁ ଆରମ୍ଭ କରି ଭଜନ କାର୍ଯ୍ୟକ୍ରମ  । ସେପଟେ ରାଜ୍ୟ ସରକାର ମଧ୍ୟ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ା ନଜରରେ ରଖିଥାନ୍ତି  ।