ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି; ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ

1 min read

ବଲାଙ୍ଗୀର: ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି, କିଛି ଛାତ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି । ବଲାଙ୍ଗୀର ଲର୍କିପାଲିସ୍ଥିତ ITIରେ ଛାତ୍ର ଖାଉଥିବା ରାତ୍ରି ଭୋଜନରୁ ମଲା ଝିଟିପିଟି ବାହାରିଛି । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି । ଖାଇବା ପରେ କିଛି ଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।

ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି  । ଦେବହରି ଛତ୍ରିଆ ନାମକ ଜଣେ ଛାତ୍ର ଖାଦ୍ୟ ଖାଉଥିବା ବେଳେ ଡାଲିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ  । ଏନେଇ ସେ ଅନ୍ୟ ଛାତ୍ରମାନଙ୍କୁ ଜଣାଇଥିଲେ  । ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ କିଛି ହେବ ନାହିଁ ବୋଲି କହିଥିଲେ  । କିନ୍ତୁ ରାତିରେ କିଛି ଛାତ୍ରଙ୍କ ଦେହ ଅସୁସ୍ଥ ହୋଇଥିଲା  । ଏନେଇ ଛାତ୍ରମାନେ ଭୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଛନ୍ତି  । ହଷ୍ଟେଲ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ଅନୁଭବ ଭିଡିଓ ପାର୍ଟ- ୩ ; ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କଲେ