କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନକୁ ନେଇ ବିବାଦ, ଦିଗପହଣ୍ଡି ବଡ଼ଖେମୁଣ୍ଡି ବିଜୟନଗର ଗଡ ନା ଆଠଗଡପାଟଣା
1 min readନନ୍ଦିଘୋଷ ବ୍ୟୁରୋ: କବିସୂର୍ଯ୍ୟ ବଳଦେବ ରଥ। ଯିଏ କି ଜଣେ ବିଶିଷ୍ଠ ଚମ୍ପୁ ଚାନ୍ଦ କବି ନାମରେ ବେଶ ପରିଚିତ। ତେବେ ତାଙ୍କ ଜନ୍ମମାଟିକୁ ନେଇ ବିବାଦ ମୁଣ୍ଡ ଟେକିଛି। କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ଦିଗପହଣ୍ଡି ବଡ଼ଖେମୁଣ୍ଡି ଅଞ୍ଚଳର ବିଜୟନଗର ଗଡ ବୋଲି କବିସୂର୍ଯ୍ୟ ସ୍ମୃତି କମିଟି ଦାବି କରୁଥିବା ବେଳେ କବିସୂର୍ଯ୍ୟନଗର ଅଂଚଳର ଅଷ୍ଟଦୁର୍ଗ ଉନ୍ନୟନ ପରିଷଦ ଦାବି ଅଲଗା। ଆଠଗଡପାଟଣା ହିଁ ଜନ୍ମସ୍ଥାନ ବୋଲି କମିଟି ଦାବି କରିଛି। ଯାହାକୁ ନେଇ ଦୁଇ ସହର ମଧ୍ୟରେ ଏକ ବିବାଦ ମୁଣ୍ଡ ଟେକିଛି।
ସ୍ଵର୍ଗତଃ ଚମ୍ପୁ କବି କବିସୂର୍ଯ୍ୟ ବଳଦେବ ରଥ। ଯାହାଙ୍କ ନାମରେ କବିସୂର୍ଯ୍ୟନଗର ସହର ସମେତ ଅନେକ ଶିକ୍ଷା ଅନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଗଢି ଉଠିଛି। କବିସୂର୍ଯ୍ୟନଗର ଆଠଗଡପାଟଣା ଗାଁରେ ବଳଦେବ ରଥଙ୍କ ଅନେକ ସ୍ମୃତି ଏବେ ବି ଭଗ୍ନ ଅବସ୍ଥାରେ ପଡିରହିଥିବା କୁହାଯାଏ। ଏବେ କିନ୍ତୁ ଜନ୍ମସ୍ଥାନକୁ ନେଇ ବିବାଦ ଉଙ୍କି ମାରିଛି। ଦିଗପହଣ୍ଡି ଅଂଚଳର କବିସୂର୍ଯ୍ୟ ସ୍ମୃତି କମିଟି ଓ କବିସୂର୍ଯ୍ୟନଗର ଅଂଚଳର ଅଷ୍ଟଦୁର୍ଗ ଉନ୍ନୟନ ପରିଷଦର ସଦସ୍ୟ ମାନେ ମୁହାଁମୁହିଁ ହୋଇଛନ୍ତି। ବଳଦେବ ରଥ ଦିଗପହଣ୍ଡି ଅଞ୍ଚଳ ବଡ଼ଖେମୁଣ୍ଡି ବିଜୟନଗର ବୋଲି କବିସୂର୍ଯ୍ୟ ସ୍ମୃତି କମିଟି ସଦସ୍ୟ ମାନେ ଦାବି କରିଥିବା ବେଳେ ପ୍ରକୃତ ଜନ୍ମସ୍ଥାନ ହିଁ ଆଠଗଡପାଟଣା ବୋଲି ଅଷ୍ଟଦୁର୍ଗ ଉନ୍ନୟନ ପରିଷଦ ଦାବି କରିଛି।
କବିସୂର୍ଯ୍ୟନଗର ଅଞ୍ଚଳବାସୀ, ସାହିତ୍ୟକ ଓ ବୁଦ୍ଧିଜୀବୀ ମାନେ କବିସୂର୍ଯ୍ୟ ସ୍ମୃତି କମିଟି ଦାବିକୁ ଜୋରଦାର ବିରୋଧ କରିଛନ୍ତି l କବିସୂର୍ଯ୍ୟ ବଳଦେବଙ୍କ ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ବିବାହ ଓ କର୍ମମୟ ଜୀବନର ସମସ୍ତ ସ୍ମୁତି କବିସୂର୍ଯ୍ୟନଗର ଆଠଗଡପାଟଣା ଅଞ୍ଚଳରେ ରହିଛି l ଏମିତିକି ତାଙ୍କ ସମାଧି ମଧ୍ୟ ଆଠଗଡପାଟଣାରେ ରହିଛି l ସେ ମାତା ଭୁବନେଶ୍ୱରୀ କନକ ଦୁର୍ଗାଙ୍କ କୃପାରୁ ସେ ପାଣ୍ଡିତ୍ୟ ଅର୍ଜ୍ଜନ କରି ଆଠଗଡ ରେ ହିଁ ତାଙ୍କର ସମସ୍ତ ସାହିତ୍ୟ ସାଧନା କରିଥିଲେ l ଏନେଇ ସେ ନିଜେ କିଶୋରାଚନ୍ଦ୍ରାନନ୍ଦ ରେ ବାରମ୍ବାର ଅଷ୍ଟଦୁର୍ଗ ବା ଆଠଗଡ ବୋଲି ବର୍ଣ୍ଣନା କରିଛନ୍ତି l ଯାହକୁ ନେଇ ଏବେ ଦୁଇ ସହର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।