ପୁଣି ଫୁଲୁଛି ବୈତରଣୀ ; ଭଦ୍ରକ ଆଖୁଆପଦା ନିକଟରେ ସତର୍କ ସଙ୍କେତ ପାର

ଭଦ୍ରକ: ପୁଣି ଫୁଲୁଛି ବୈତରଣୀ । ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ପୁଣି ଥରେ ବୈତରଣୀ ଫୁଲିବା ଆରମ୍ଭ କରିଛି । ଭଦ୍ରକ ଆଖୁଆପଦା ନିକଟରେ ବୈତରଣୀ ପୁଣି ଥରେ ସତର୍କ ସଙ୍କେତ ପାର କରିବା ସହିତ ବିପଦ ସଂକେତ ପାଖାପାଖି ପହଞ୍ଚିବା ଆରମ୍ଭ କରିଛି । ବୈତରଣୀରେ ସତର୍କ ସଂକେତ ୧୭.୮୩ ରହିଥିବା ବେଳେ ବିପଦ ସଙ୍କେତ ୧୮.୩୩ ରହିଛି । ତେବେ ସକାଳ ୯ ଟା ସୁଦ୍ଧା ଆଖୁଆପଦା ଆନିକଟରେ ୧୮.୨୬ ମିଟରର ଜଳ ପ୍ରବାହିତ ହେଉଛି । ରାତିରୁ ଜଳସ୍ତର ବଢ଼ୁଥିବା ବେଳେ କିଛି ଘଣ୍ଟା ପରେ ଏହା ବିପଦ ସଂକେତ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି।