ମୋବାଇଲ ମାୟା : ସ୍ୱାମୀ ଆଖି କଣା କଲା ସ୍ତ୍ରୀ !

ଉତ୍ତରପ୍ରଦେଶ : ମୋବାଇଲ୍ ଦେଖିବାକୁ ମନା କରିବାରୁ  ସ୍ବାମୀର ଆଖି ଫୁଟାଇଦେଲା ସ୍ତ୍ରୀ । ଉତ୍ତରପ୍ରଦେଶର ବାଗପତରେ ଜଣେ ଯୁବତୀ ଘଣ୍ଟା ଘଣ୍ଟା  ଧରି ମୋବାଇଲ୍ ଫୋନ୍ ଦେଖୁଥିବାରୁ ସ୍ବାମୀ ବାରଣ କରିଥିଲେ । ଏଥିରେ ରାଗି ଯାଇ ଯୁବତୀ ଜଣକ ସ୍ବାମୀଙ୍କ ଆଖି କଣା କରିଦେଇଛନ୍ତି  । ଫଳରେ ବ୍ୟକ୍ତି ଜଣକ ସଙ୍ଗେସଙ୍ଗେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ  । ଏହି ଘଟଣା ପରେ ପୀଡିତ ସ୍ବାମୀ ଜଣକ ପୋଲିସ୍ ଷ୍ଟେସନ୍ ରେ ପହଞ୍ଚି ପତ୍ନୀଙ୍କ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି  । ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ , ତାଙ୍କ ପତ୍ନୀ ମୋବାଇଲ୍ ଦେଖୁଥିଲା ବେଳେ ସେ ତାଙ୍କୁ ଅଟକେଇଥିଲେ । ଏଥିରେ  ରାଗି ଯାଇ ତାଙ୍କ ପତ୍ନୀ ଘରେ ଥିବା କଇଁଞ୍ଚି ଆଣି ସ୍ବାମୀଙ୍କ ଆଖିରେ ଭୁସି ଦେଇଥିଲେ । ଭୁସି ଦେଇଥିବା ଯୋଗୁଁ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା  । ଯାହା ପାଇଁ ସେ ଚିକିତ୍ସିତ ମଧ୍ୟ ହେଉଛନ୍ତି ।

ଏହି ଘଟଣା ଉପରେ ବଡୈାତ୍ ସିଇଓ ସବିରତ୍ନ ଗୌତମ କହିଛନ୍ତି ଯେ , ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମୋବାଇଲ୍ ଚଲେଇବାକୁ ନେଇ ଝଗଡା ହୋଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଆଖିରେ  କଇଁଞ୍ଚି ଭୁସି ଦେଇଛନ୍ତି । ଏହି ଘଟଣାରେ  ପୋଲିସ୍ ମାମଲା ରୁଜୁ କରିଛି  । ଅଧିକ ତଦନ୍ତ କରାଯାଇ ମହିଳା ଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିଆଯିବ  । ସୂଚନା ଅନୁସାରେ , ବାରୁତ ରେ ରହୁଥିବା ଅଙ୍କିତ ତିନି ବର୍ଷ ପୂର୍ବେ ସୁପ୍ ଗାଁର ଜଣେ ଯୁବତୀଙ୍କ ସହ ହୋଇଥିଲା  ।ବାହାଘରର କିଛି ଦିନ ଉଭୟଙ୍କ ଭିତରେ ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ  ଲଗାତର ଦେଢ ବର୍ଷ ହେଲା ଉଭୟଙ୍କ ଭିତରେ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ଯୁକ୍ତି ତର୍କ ଲାଗୁ ରହୁଥିଲା । ଆଜି ମଧ୍ୟ ସମାନ ଘଟଣା ଘଟିଛି  । ଯେତେବେଳେ ଅଙ୍କିତ ତାଙ୍କ ପତ୍ନୀଙ୍କୁ ମୋବାଇଲ୍ ବ୍ୟବହାରରୁ ବାରଣ କରିଥିଲେ  ।  ସେ ରାଗିଯାଇ ଭିତରକୁ ଯାଇ କଇଁଞ୍ଚି ଆଣି ଖଟରେ ବସିଥିବା ସ୍ବାମୀଙ୍କ ଆଖିକୁ କଇଁଞ୍ଚିରେ ଭୁସି ଦେଇଥିଲେ  । ଏହା ପରେ ଅଙ୍କିତଙ୍କ ଆଖିରୁ ରକ୍ତସ୍ରାବ ହୋଇଥିଲା ଏବଂ ସେ ତଳେ ପଡିଯାଇଥିଲା  । ଶଦ୍ଦ ଶୁଣି ଅଙ୍କିତଙ୍କର ଭାଉଜ ଏବଂ ଭଣଜା ଦୌଡି ଆସିଥିଲେ  । ଏହା ପରେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା  ।