ବନ୍ୟାଞ୍ଚଳରେ ବଡ଼ଚଣା ବିଧାୟକ, ବୁଝିଲେ ଲୋକଙ୍କ ସମସ୍ୟା

Badachana MLA In Flood Affected Area

ଚଣ୍ଡିଖୋଲ: ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଗାଁ ଗଣ୍ଡାରେ ପାଣି ପଶିଛି । ଧର୍ମଶାଳା ବ୍ଲକର ପଟୁଣିଆ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବିଭିନ୍ନ ଗାଁରେ ରାସ୍ତା ଓ ଘରେ ପାଣି ପଶିଛି । ଲୋକେ ଜଳ ବନ୍ଦୀରେ ରହିଛନ୍ତି । ଏକର ଏକର ଚାଷ ଜମିରେ ପାଣି ଜମି ରହିଛି । ଧାନ ଓ ପନିପରିବା ଫସଲ ଉଜୁଡି ଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

Badachana MLA In Flood Affected Area

ବଡ଼ଚଣା ବ୍ଲକର ୨୦ଟି ପଞ୍ଚାୟତ ଏବେବି ପାଣି ଘେରରେ ରହିଛି । ପତରାଜପୁର, ଚାରିନଙ୍ଗଳ, ଗୋପାଳପୁର, ମଝିପଡ଼ା, ଅଚ୍ୟୁତବସନ୍ତ ଭଳି ବହୁ ପଞ୍ଚାୟତର ଗାଁରେ ପାଣି ପଶିଛି । ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ଗମନାଗମନ ଠପ ହୋଇ ପଡ଼ିଛି । ବର୍ଷା ପରେ ଲୋକଙ୍କ ଦୁର୍ଦଶା ବଢ଼ି ଯାଇଛି । ବଡ଼ଚଣା ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ବିଧାୟକ ଅମର ପ୍ରସାଦ ଶତପଥି । ବିଧାୟକଙ୍କ ସହ ଦର୍ପଣ ତହସିଲଦାର, ବିଡିଓ, ଡ୍ରେନେଜ ବିଭାଗୀୟ ଅଧିକାରୀ ବନ୍ୟାଞ୍ଚଳ ବୁଲି ଲୋକଙ୍କୁ ଭେଟି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Leave a Reply