ମିଳିପାରେ ଅଶୁଭ ଖବର

1 min read

ମେଷ : ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ ମନର ଆଶା ପୁରଣ ହେବ । ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବ । ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ । ଜଳରେ ହଳଦି ମିଶାଇ ସ୍ନାନ କରିବ ଏବଂ ଓଁ ଋଣହତ୍ରେ ନମଃ ୨୭ଥର ଜପ କରିବେ ।

ଶୁଭ ରଙ୍ଗ – ହଳଦିଆ

ବୃଷ : ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ । ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହିଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ । ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ନଚେତ ଦଣ୍ଡିତ ହୋଇପାରନ୍ତି । ଜଳରେ କ୍ଷିର କିମ୍ବା ଗଙ୍ଗାଜଳ ମିଶାଇ ସ୍ନାନ କରିବ ଏବଂ ଓଁ ଦେତ୍ୟ ଗୁରବେ ନମଃ ୨୭ଥର ଜପ କରିବେ, ମଥାରେ ଚନ୍ଦନ ତିଳକ ଲଗାଇବେ ଏବଂ ଚନ୍ଦନ କାଠି ପାଖରେ ରଖିବେ ।

ଶୁଭ ରଙ୍ଗ- ଲାଲ ରଙ୍ଗ

ମିଥୁନ : ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ । ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୁରଣ ହେବନାହିଁ । ଶତୃ ଆଜି ମିତ୍ର ପାଲଟିଯିବ, ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ । ଜଳରେ ଗୋଲାପଜଳ ମିଶାଇ ସ୍ନାନ କରିବ ଏବଂ ଓଁ ଲକ୍ଷ୍ମୀନାରାୟଣାୟ ନମଃ ୨୭ଥର ଜପ କରିବେ, ସବୁଜ ବସ୍ତ୍ର ଦାନ କରିବେ ।

ଶୁଭ ରଙ୍ଗ- ପାଉଁସିଆ

କର୍କଟ : ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ । ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ । ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ । ଜଳରେ ହଳଦିଆ ସୋରିଷ ମିଶାଇ ସ୍ନାନ କରିବେ ଏବଂ ଓଁ ବକ୍ରତୁଣ୍ଡାୟ ନମଃ ୨୭ଥର ଜପ କରିବେ, ଚଣାଡାଲି ଦାନ କରିବେ ।

ଶୁଭ ରଙ୍ଗ – ଧଳା

ସିଂହ : ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ କିଛି ଅର୍ଥ ଆଜି କୌଣସି ଅସହାୟକୁ ସାହାର୍ଯ୍ୟ କରନ୍ତୁ ମନମୁତାବକ ଫଳ ମିଳିବ । ନିଜର କୌଣସି ସମ୍ପର୍କିୟଙ୍କର ଦେହ ଖରାପ ରହିବ ଫଳରେ ବ୍ୟସ୍ତ ରହିବେ ଏବଂ ମାନସିକ ଚିନ୍ତା ଓ ଅର୍ଥାଭାବ ବଢିବ । ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ଫଳରେ ମନ ବିଚଳିତ ରହିବ । ଜଳରେ ହଳଦି ମିଶାଇ ସ୍ନାନ କରିବେ ଏବଂ ଓଁ ନମଃ ଶିବାୟ ୨୭ଥର ଜପ କରିବେ ।

ଶୁଭରଙ୍ଗ- ଧଳା

କନ୍ୟା : ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ଷୃଷ୍ଥି ହେବ, ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଶଂ ମିଳିବ । ଆର୍ଥିକ ଅଭିବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ କିନ୍ତୁ ମାନସମ୍ନାନରେ କମି ରହିବ । ପ୍ରତି କାଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଛାତି କିମ୍ବା ମୁଣ୍ଡ ଜନିତ ବ୍ୟଥା ଭୋଗିବେ । ଜଳରେ ଗୋମତିଚକ୍ର ପକାଇ ସ୍ନାନ କରିବେ ଏବଂ ଓଁ ଲକ୍ଷ୍ମୀନାରାୟଣାୟ ନମଃ ୨୭ଥର ଜପ କରିବେ, କୋଳଥଡାଲି ଦାନ କରିବେ ।

ଶୁଭ ରଙ୍ଗ- ସବୁଜ

ତୁଳା : କୌଣସି ପ୍ରକାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ । ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, କିନ୍ତୁ ଟଙ୍କାପଇସାର ଅଭାବ କିଛି ଅଂଶରେ ରହିବ । ଆଜି କୌଣସି ପ୍ରକାରେ ବାଧାବିଘ୍ନ ଭୋଗିବେ ତେଣୁ ଘରୁ ବାହାରିଲା ବେଳେ ତୁଳସି ଡାଳିଖଣ୍ଡେ ପାଖରେ ରଖି ବାହାରନ୍ତୁ । ଓଁ ବୁଂ ବୁଧାୟ ନମଃ ୨୭ଥର ଜପ କରିବେ, ଅରୁଆଚାଉଳ ଦୁଇମୁଠା କାଉଙ୍କୁ ଖାଇବାକୁ ଦେବେ ।

ଶୁଭ ରଙ୍ଗ- ଧଳା

ବିଛା : ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ । ପାରିବାରିକ ମାନସିକଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ । ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ । ଜଳରେ ଲାଲସିନ୍ଦୁର ମିଶାଇ ସ୍ନାନ କରିବେ ଏବଂ ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ ।

ଶୁଭ ରଙ୍ଗ- ସବୁକ

ଧନୁ : ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ । ଜି କିଛି ଗୁଡ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୁରଣ ହେବ । କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ବଢିବ । ଦହି ମିଶାଇ ସ୍ନାନ କରିବେ ଏବଂ ୭ଖଣ୍ଡ ହଳଦି ଭଗବାନ ବିଷ୍ନୁଙ୍କୁ ଅର୍ପଣ କରିବେ ।

ଶୁଭ ରଙ୍ଗ – ଧଳା

ମକର : କୌଣସି ଅଟକିଥିବା କାର୍ଯ୍ୟ ହାସଲ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, କୌଣସି ସ୍ଥାନକୁ ବୁଲିବାକୁ ଯିବେ । ସମୟ ଏତେ ଶୁଭ ରହିବ ନାହିଁ ମନ ଅଶାନ୍ତ ରହିବ ତେଣୁ ଖଣ୍ଡେ ବର ଓହଳ ପାଖରେ ରଖିବେ କଲ୍ୟାଣ ହେବ । ମୁଗଡାଲି ପାରାଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଶୁଭ ରଙ୍ଗ- ଧଳା

କୁମ୍ଭ : ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ । ଆଜି କଳା ରଙ୍ଗର କିଛି ବ୍ୟବହାର କରନ୍ତୁ ଏବଂ କିଛି ଲୁହାର ଦ୍ରବ୍ୟ କୌଣସି କଳା ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୁଚନା ରହିଛି ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୂରୀ ।

ଶୁଭ ରଙ୍ଗ- ହଳଦିଆ

ମୀନ ରାଶି :  ପୂର୍ବଭାଦ୍ର ନକ୍ଷତ୍ର- ପେଟ ଏବଂ ଛାତି ଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ତେଣୁ ମନେମନେ ଓଁ ନମଃ ଶିବାୟ ଜପ କରିବେ । ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ପାରାଙ୍କୁ ଖାଇବାକୁ ଦେବେ କଲ୍ୟାଣ ହେବ । ଆୟ ଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ଷୃଷ୍ଟି ହେବ, ମନ ଅସ୍ଥିର ରହିବ । ଜଳରେ ମହୁ ମିଶାଇ ସ୍ନାନକରିବେ ଏବଂ ଓଁ ବିଷ୍ଣବେ ନମଃ ୨୭ଥର ଜପ କରିବେ, ଗହମ ଦାନ କରିବେ ।

ଶୁଭ ରଙ୍ଗ – ନୀଳ