spot_img

Latest Posts

ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଭାଇରାଲ ହେବାରେ ଲାଗିଛି ବାବୁସାନଙ୍କ ଅଭିନୀତ ‘ବୋଉ ବୁଟୁ ଭୁତ’ର କ୍ଲିପ୍

ନନ୍ଦିଘୋଷ ବ୍ୟୁରୋ: ରଜରେ ରିଲିଜ ହେବାକୁ ଯାଉଛି ଓଲିଉଡ ଷ୍ଟାର ବାବୁସାନଙ୍କ ବହୁ ଚର୍ଚ୍ଚିତ ସିନେମା  ‘ବୋଉ ବୁଟୁ ଭୁତ’। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏକ କ୍ଲିପ୍ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରା ଲାଗିଛି । ଗୋଟିଏ ପଟେ ପାଇରେସିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାରେ ଆମେ ସମର୍ଥ ହୋଇନଥିବା ବେଳେ ଅପର ପକ୍ଷେ କ୍ଲିପ ଲିକ ହେବା ଘଟଣା ନିର୍ମାତା ନିର୍ଦ୍ଦେଶକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।  ତେବେ କେଉଁ ସୋର୍ସରୁ ଏହା ଲିକ ହୋଇଛି ଏବଂ କେଉଁ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ‘ବୋଉ ବୁଟୁ ଭୁତ’ର ବ୍ୟାବସାୟିକ ସଫଳତା ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାକୁ ନେଇ ନିର୍ଦ୍ଦେଶକ ଜଗଦିଶ ମିଶ୍ର ଏବଂ ଅଭିନେତା ବାବୁସାନ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Latest Posts

Don't Miss