ଜାଣନ୍ତୁ ୩ ଅର୍ଦ୍ଧଶତକ ପରେ ମଧ୍ୟ ବାବରଙ୍କୁ କାହିଁକି ଟ୍ରୋଲ କରୁଛନ୍ତି ୟୁଜର୍ସ

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ କୁହାଯାଉଥିବା ବାବର ଆଜମଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ୟୁଜର୍ସ । ବାବରଙ୍କ ବହୁ ମେମେସ ବନାଇ ସେୟାର କରାଯାଉଛି । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି । ଯେଉଁଥିରେ ପାକିସ୍ତାନ ସିରିଜ ହାରିଛି । ତେବେ ଦଳ ପରାଜୟ ବରଣ କରିଥିଲେ ସୁଦ୍ଧା ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ବାବର କିନ୍ତୁ ୩ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ପ୍ରଥମ ତିନୋଟିଯାକ ମ୍ୟାଚ ପାକିସ୍ତାନ ହାରଇଥିବାବେଳେ ସମ୍ମାନ ପାଇଁ ଶେଷ ଦୁଇ ମ୍ୟାଚ ଖେଳିବ । ତେବେ ବାବର ଲଗାତାର ତିନୋଟି ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ଖେଳକୁ କ୍ରିକେଟପ୍ରେମୀମାନେ ପ୍ରଶଂସା କରିଥିବାବେଳେ କିଛି ୟୁଜର୍ସ ଏବେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି । ୟୁଜର୍ସମାନେ କହିଛନ୍ତି କି, ସେ କେବଳ ନିଜର ସ୍କୋରକୁ ଦେଖୁଛନ୍ତି। ଟି-୨୦ରେ ଧିମା ଖେଳୁଥିବାରୁ ଦଳ ପରାଜୟର ବରଣ କରୁଥିବା ୟୁଜର୍ସମାନେ ଟ୍ରୋଲ କରୁଛନ୍ତି ।