ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକଙ୍କୁ ଗୁଳିକରି ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା । ମୁମ୍ବାଇରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳିମାଡ଼ ପରେ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ବାବା ସିଦ୍ଦିକୀଙ୍କ ଦେହରେ ୩ଟି ଗୁଳି ବାଜିଥିଲା । ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତନାଘନା ଆରମ୍ଭ କରିଛି । ବାନ୍ଦ୍ରା ଖେରୱାଡି ସିଗନାଲ ନିକଟରେ ହୋଇଥିଲା ଗୁଳିମାଡ଼ । କାରରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଆକ୍ରମଣକାରୀମାନେ ତାଙ୍କ ଉପରକୁ କାର ଭିତରେ ଏକାଧିକ ରାଉଣ୍ଡ ଗୁଳି କରିଥିଲେ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ସେ ହସ୍ପିଟାଲରେ ପ୍ରାଣ ହରାଇଥିଲେ ।