spot_img

Latest Posts

ମାନବିକତା ଦେଖାଇଲେ ଅଟୋ ଡ୍ରାଇଭର, ଫେରାଇଲେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ: ମାନବିକତା ଦେଖାଇଲେ ଅଟୋ ଡ୍ରାଇଭର ନାରାୟଣ । ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗକୁ ସେ ଫେରାଇ ଦେଇଛନ୍ତି ।

ସୂଚନା ଅନୁସାରେ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ନାରାୟଣଙ୍କ ଅଟୋରେ ଯାଉଥିବା ଜଣେ ଯାତ୍ରୀ ଟଙ୍କା ଭରି ବ୍ୟାଗକୁ ଭୁଲବଶତଃ ଅଟୋରେ ଛାଡି ଖଲ୍ଲିକୋଟ ଥନା ଅନ୍ତର୍ଗତ କୈରାଶି ଛକରେ ଓହ୍ଲାଇ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ନାରାୟଣ ବ୍ୟାଗକୁ ଦେଖିଲା ପରେ ବ୍ୟାଗରେ କ’ଣ ଜରୁରୀ ସାମଗ୍ରୀ ଥିବ ଭାବି ଖୋଲିଥିଲେ । ବ୍ୟାଗ ରେ ଏତେ ପରିମାଣର ଟଙ୍କା ଦେଖି ଲୋଭର ବଶବର୍ତ୍ତୀ ନହୋଇ କାହା ଟଙ୍କା ବୋଲି ଚିନ୍ତା କରିଥିଲେ ସେ। ହେଲେ ତାହା ଉକ୍ତ କୈରାଶି ଛକରେ ଓହ୍ଲାଇ ଥିବା ଜଣେ ବୁଢା ମଉସା ଙ୍କ ର ବୋଲି ସେ ଅନୁମାନ କରିଥିଲେ ।

ତା ପରେ କୈରାଶି ଛକର ଅଟୋ ୟୁନିୟନ ସହ ଯୋଗାଯୋଗ କରଥିଲେ । ଯୋଗାଯୋଗ ପରେ ଜାଣିବାକୁ ପାଇଥିଲେ ଯେ  ନାରାୟଣଙ୍କ ଗାଡ଼ିରେ ଟଙ୍କା ଛାଡିଥିଲେ ସିଏ କୈରାଶି ଛକରେ ବସି କାନ୍ଦୁଛନ୍ତି । ଯାହାଙ୍କ ନାମ ଖଲ୍ଲିକୋଟ ଅଞ୍ଚଳର ଆଦିକନ୍ଧ ମିସ୍ତ୍ରୀ ବୋଲି ଜଣାପଡିଥିଲା ।

ପରେ ସେ ଟଙ୍କା ଫେରେଇବା ପାଇଁ କୈରାଶି ଛକରେ ପହଁଚି ଥିଲେ । ଲୋଭର ବଶବର୍ତ୍ତୀ ନ ହୋଇ ନାରାୟଣ ଖୁସି ଖୁସି ଟଙ୍କା ଫେରାଇ ଥିଲେ । ନାରାୟଣଙ୍କ ଏହି କାମ ପାଇଁ ସାରା ଅଞ୍ଚଳରେ ଏକ ଉଦାହରଣ ପାଲଟିଥିବା ବେଳେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ଏ ନେଇ ଟଙ୍କା ଫେରି ପାଇଥିବା ଆଦିକନ୍ଧ ମିସ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ । ବାହାଘର ଭୋଜିରେ ଯୋଗ ଦେବା ପାଇଁ କୋରାପୁଟରେ ରହୁଥିବା ଖଲ୍ଲିକୋଟ ଅଞ୍ଚଳର ଆଦିକନ୍ଧ ଖୁସି ଖୁସି ଘରକୁ ଫେରି ଯାଇଥିବା ସୂଚନା ମିଳିଛି।

 

Latest Posts

Don't Miss