spot_img

Latest Posts

ଓଡ଼ିଶା ବାଚସ୍ପତିଙ୍କ ସହ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସୌଜନ୍ୟ ସାକ୍ଷାତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍‌ସଲ୍‌ ଜେନେରାଲ୍‌ ଡାନିଏଲ୍‌ ସିମ୍‌ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରି ରାଜ୍ୟ ରାଜନୀତିରେ ନାରୀମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀଶକ୍ତିର ଭୂମିକା, ନାରୀ ସଶକ୍ତିକରଣ ଓ ଅଷ୍ଟ୍ରେଲିଆ ଏବଂ ଓଡ଼ିଶାର ସଂସଦୀୟ ବିଧିବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି । ଏହି ସୌଜନ୍ୟସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା  ଉଷାଦେବୀ,  ଲତିକା ପ୍ରଧାନ,  ସୂର୍ଯ୍ୟମଣି ବୈଦ୍ୟ,  ବାସନ୍ତି ହେମ୍ବ୍ରମ୍‌, କୁସୁମ ଟେଟେ, ବିଧାନସଭା ସଚିବ  ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, ଗ୍ଲୋବାଲ୍‌ ପଲିସି ରିସର୍ଚ୍ଚ ଫାଉଣ୍ଡେସନର ଟିମ୍‌ଲିଡ୍‌ ସିନି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନାରୀ ସଶକ୍ତିକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଓଡ଼ିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁବେଳେ ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି ବାଚସ୍ପତି ଡଃ. ପାତ୍ର ପ୍ରକାଶ କରିଛନ୍ତି । ନାରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ହେଲେ ହିଁ କୌଣସି ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି । ମିଶନ ଶକ୍ତି ଯୋଜନା ମାଧ୍ୟମରେ ଓଡ଼ିଶାର, ମୁଖ୍ୟତଃ ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଉଷାଦେବୀ ଉଲ୍ଲେଖ କରିଛନ୍ତି । ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାରଙ୍କ ବହୁବିଧ ପଦକ୍ଷେପକୁ ଡାନିଏଲ୍‌ ସିମ୍‌ ପ୍ରଶଂସା କରିଛନ୍ତି ।

Latest Posts

Don't Miss