ଶିଶୁ ବଳି ଉଦ୍ୟମ ଅଭିଯୋଗ, ୨୫ ଟଙ୍କାର ଲୋଭ ଦେଖାଇ ବଳି ପାଇଁ ନେଉଥିଲେ, ଜାଣନ୍ତୁ ପୁରା ଘଟଣା…..

ପାରାଦୀପ : ପାରାଦୀପରେ ଶିଶୁ ବଳି ଉଦ୍ୟମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ନାବାଳିକଙ୍କୁ ୨୫ ଟଙ୍କା ଦେବାର ଲୋଭ ଦେଖାଇ ବଳି ପାଇଁ ପ୍ରୟୋଜିତ ହେଉଥିବା ଭଳି ଘୃଣ୍ୟ ଘଟଣା ଶୁଣିବାକୁ ମିଳିଛି । ତେବେ ଜଣେ ଗୁଣିଆ ଓ କିଚି ମହିଳା ଏହି ଚକ୍ରାନ୍ତରେ ସାମିଲ ରହିଥିଲେ । ରୋଗରୁ ମୁକ୍ତି ପାଇବା ପାଇଁ ଶିଶୁ ବଳି ଏକ ବିଶଲ୍ୟକରଣୀ ଭଳି କାମ କରିବ ବୋଲି କହି ଗୁଣିଆ ଏକ ନିରୀହ ଶିଶୁକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଉଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଗୁଣିଆ ପାଖରେ ପହଞ୍ଚି ତାକୁ ଗିରଫ କରିଛି ।

ଗତ ଶନିବାର ଦିନ ଶିଶୁଟି ନିଜ ମାମୁଁ ଘର ଗାଁ ପାରାଦୀପ ଷଣ୍ଢପୁରରେ ଦାଣ୍ଡରେ ଖେଳୁଥିବା ବେଳେ ସେଠାକାର କିଛି ମହିଳା ତାଙ୍କୁ ୨୫ ଟଙ୍କାର ଲୋଭ ଦେଖାଇ ନିଜ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ଶିଶୁଟିକୁ ନଦୀରୁ ପାଣି ଉଠାଇବା ପାଇଁ କହିଥିଲେ । ଶିଶୁଟି ତାଙ୍କ କହିବା ମୁତାବକ କାର୍ଯ୍ୟ କରିସାରିବା ପରେ ଶିଶୁଟିକୁ ୫ ଟଙ୍କା ଦେଇ ସନ୍ଧ୍ୟାରେ ଦେଖାହେଲେ ୨୦ ଟଙ୍କା ଦେବେ ବୋଲି କହିଥିଲେ । ଶିଶୁଟି ଲୋଭ ବଶବର୍ତ୍ତୀ ହୋଇ ଶିଶୁଟି ସନ୍ଧ୍ୟାରେ ସଂପୃକ୍ତ ମହିଳାମାନଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ଶିଶୁଟିକୁ ଲଙ୍ଗଳା କରି ସିନ୍ଦୁର ଓ ଫୁଳ ମାଳ ପକାଇ ବଳି ପୂର୍ବର ରୀତିନୀତି କରୁଥିଲେ । ଏହି ସମୟରେ ଶିଶୁର ପିତା ଘଟଣା ସ୍ଥଲରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ଉକ୍ତ ମହିଳାମାନଙ୍କ ଅଟକ ରଖିଥିଲେ । ତେବେ ପରେ ପୋଲିସ ଶିଶୁ ପିତାଙ୍କ ଏତଲା ଆଧାରରେ ଘଟଣା ଉପରେ ତଦନ୍ତ କରୁଛି ।

Leave a Reply