ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ମାଡ଼, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

1 min read

ଯାଜପୁର: ଯାଜପୁର ତରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କ ଉପରେ ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିନ ଦିପହରେ ବିଚ୍ ରାସ୍ତାରେ ବାଡେଇ ଚାଲିଥିଲା ଜଣେ ଯୁବକ । ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳ ରାମବାଗ ଛକରେ ଘଟିଛି ଏହି ଘଟଣା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଏହି ଘଟଣା ଗତ ଦୁଇ ଦିନ ତଳର । ପ୍ରଥମ ଜଣେ ଯୁବକ ସରପଞ୍ଚଙ୍କୁ ଗାଳିଗୁଲଜ କରିବା ସହ ବେଲଟରେ ପିଟିଥିଲା । ପରେ ପ୍ରାୟ ୮ଜଣ ଯୁବକ ପୂର୍ବତନ ସରପଞ୍ଚଙ୍କୁ ସମସ୍ତଙ୍କ ସାମ୍ନାରେ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତଳେ ପକାଇ ମାରିଥିଲେ ।

ଆକ୍ରମଣ କରିଥିବା ଯୁବକ ହେଉଛନ୍ତି ମଙ୍ଗଳପୁର ଥାନା ଖୋସାଲ ପୁର ଗାଁର ଦେବଦତ୍ତ ଦାସ, ଛଞ୍ଚିଣା ଗାଁର ସନ୍ତୋଷ କୁମାର ମହାନ୍ତି ଏବଂ ମାନସ ମହାନ୍ତିଙ୍କ ସହ ଆଠ ଜଣ ଯୁବକ ।

ଘଟଣାରେ ଯାଜପୁର ଟାଉନ ଥାନା ପୋଲିସ ମାମଲା ରୁଜୁ କରିବା ସହ ଆକ୍ରମଣରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ସହ ୪ଜଣ ଫେରାର ଅଛନ୍ତି । ଆକ୍ରମଣର ଶିକାର ହୋଇ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ଏବେ  କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l