ବ୍ରହ୍ମପୁର କନିଷିରେ ବିଜେଡି ଯୁବନେତାକୁ ଆକ୍ରମଣ

ବ୍ରହ୍ମପୁର: ବ୍ରହ୍ମପୁର କନିଷିରେ ବିଜେଡି ଯୁବନେତାକୁ ଆକ୍ରମଣ ଅଭିଯୋଗ। ବିଜେଡି ନେତା ବଣ୍ଟି ସାହୁଙ୍କୁ ତାଙ୍କ ଅଫିସ ଭିତରେ ପଶି ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଣ୍ଟିଙ୍କୁ ପ୍ରଥମେ କିଛି ଲୋକ ଫୋନ କରି ଦୁଇ ଲକ୍ଷ ଟଙ୍କା ମାଗିଥିଲେ । ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଘଟଣା ସମ୍ପର୍କରେ ବୁଝିବାକୁ ବଣ୍ଟି ସେମାନଙ୍କୁ ନିଜ ଅଫିସକୁ ଡ଼ାକିଥିଲେ । ପରେ ୩୦ରୁ ୩୫ଜଣ ବିଜେପି କର୍ମୀ ଅଫିସ ଭିତରେ ପଶି ତାଙ୍କୁ ଗାଳିଗୁଲଜ କରିବା ସହ ବାଉଁଶ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଗାଳିଗୁଲଜ ସହ ଅଫିସର କିଛି ଉପକରଣ ଓ ବାଇକ ମଧ୍ଯ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।