ଆମେରିକାର ସ୍ୱାଧୀନତା ଦିବସ ପରେଡ୍‌ରେ ଗୁଳିକାଣ୍ଡ; ୬ମୃତ

ଓ୍ୱାସିଂଟନ: ଫ୍ରିଡମ ଡେ’ ପରେଡ ବେଳେ ପଡିଲା ରକ୍ତ । ଆମେରିକା ଚିକାଗୋ ସହରରେ ବଡ଼ ଧରଣର ଗୁଳିକାଣ୍ଡ । ଗୁଳିମାଡ଼ରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୨୪ରୁ ଅଧିକ ଲୋକ । ଚିକାଗୋ ଅନ୍ତର୍ଗତ ହାଇଲ୍ୟାଣ୍ଡ ପାର୍କ ନିକଟରେ ଆମେରିକା ସ୍ୱାଧୀନତା ଦିବସ ଅବସରରେ ପରେଡ ଚାଲିଥିବା ବେଳେ ଘଟିଥିଲା ଗୁଳିକାଣ୍ଡ ।

ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ୨୨ବର୍ଷୀୟ ରବର୍ଟ ଇ. କ୍ରିମୋକୁ ହେପାଜତକୁ ନେଇଛି ହାଇଲ୍ୟାଣ୍ଡ ପାର୍କ ପୋଲିସ । ପରେଡ ଉପରକୁ ଆଖିବୁଜା ଗୁଳିଚଳାଇବାରୁ ୬ଜଣ ପ୍ରାଣ ହରାଇଥିଲେ । ବନ୍ଧୁକଧାରୀଜଣକ ଏକ ରିଟେଲ ଷ୍ଟୋର ଉପରୁ ପରେଡ ସ୍ଥଳ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଗୁଳିକାଣ୍ଡ ପରେ ଲୋକମାନେ ଆର୍ତ୍ତ ଚିତ୍କାର କରିବା ସହ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଘଟଣାକୁ ନେଇ ସାରା ଆମେରିକାରେ ହଇଚଇ ସୃଷ୍ଟି ହୋଇଛି । ଚିକାଗୋ ସହରରେ ଆଲର୍ଟ ଜାରି କରାଯାଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଦେଖିନଥିବେ ଏମିତି ବିବାହ: କୁମ୍ଭୀର କନ୍ୟା, ବର ମେୟର