ୟେମେନର ଏକ ଧାର୍ମିକ ଉତ୍ସବରେ ମୃତ୍ୟୁର ତାଣ୍ଡବ, ଦଳାଚକଟାରେ ୮୫ ମୃତ

1 min read

ନୂଆଦିଲ୍ଲୀ: ୟେମେନରେ ଦଳାଚକଟାରେ ୮୫ଜଣଙ୍କ ମୃତ୍ୟୁ, ୩ଶହରୁ ଅଧିକ ଗୁରୁତର ହୋଇଛନ୍ତି । ୟେମେନର ରାଜଧାନୀ ସନାରେ ଏକ ଧାର୍ମୀକ ଉତ୍ସବରେ ଘଟିଛି ଏହି ଅଘଟଣ । ସନାର ବାବ ଅଲ-ୟମନ ଜିଲ୍ଲାରେ ଦଳାଚକଟାରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିବା ହୁଥିର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି । ଏହା ସହ ଏହି ଘଟଣାରେ ୩ ଶହରୁ ଅଧିକ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ରହିଛନ୍ତି । ଅନ୍ୟପକ୍ଷରେ ଏହି ଦଳାଚକଟାରେ ଆହତ ହୋଇଥିବା ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଦାବି କରାଯାଇଛି । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।