କେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ଡ; ଜଳିଗଲା ୩୦ ଦୋକାନ

କେନ୍ଦୁଝର: କେନ୍ଦୁଝର ସହରରେ ଥିବା ଡେଲି ମାର୍କେଟରେ ଲାଗିଲା ନିଆଁ। ସବୁଠାରୁ ବ୍ୟସ୍ତ ବହୁଳ ରାହସ ଡେଲି ମାର୍କେଟରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ୨୫ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଛୋଟ ଜାଗାରେ ଅନେକ ଦୋକାନ ଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ସ୍ଥାନୀୟ ଦୋକାନୀ ଓ ଲୋକଙ୍କ ସହ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା।