ପ୍ରଣବଙ୍କ ପରିଦର୍ଶନ ପରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଦିଆଗଲା ସହାୟତା

ଯାଜପୁର: କାଣିନଦୀର ଘାଇ ଅଞ୍ଚଳ ପରିଦର୍ଶନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଗତକାଲି ୭୦ ଫୁଟର ଘାଇ ସୃଷ୍ଟି ହେବା ଫଳରେ କସପା ଓ ଦୁଦୁରାଅନ୍ତା ସମେତ ୧୦ଟି ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । ଯାଜପୁର ବିଧାୟକ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏବେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଛି ସହାୟତା । ରାସ୍ତା ଉପରେ ଆଶ୍ରୟ ନେଇଥିବା ଆଦିବାସୀ ପରିବାର ନିକଟରେ ସହାୟତା ପହଞ୍ଚାଇଛି ଅଶୋକ ଦାସ ଫାଉଣ୍ଡେସନ । ବିପନ୍ନଙ୍କୁ ପାଲ, ବିସ୍କୁଟ,ପାଣି ଆଦି ଯୋଗାଇ ଦିଆଯାଇଛି । ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ