ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଟ୍ଟଗୋଳ, ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନ । ଗୃହ ଆରମ୍ଭରୁ ହଟ୍ଟଗୋଳ । ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଗୃହରେ ଗର୍ଜିଲେ ବିରୋଧୀ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ବିଜେଡି ଏବଂ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

କହି ରଖୁଛୁ କି, ଚିକିଟି ବିଷାକ୍ତ ମଦ ପିଇବା ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବିଷାକ୍ତ ମଦ ପିଇ ୨ ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ମଧ୍ୟ ୧୪ ଜଣରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସରକାରଙ୍କୁ ଏହି ଘଟଣାରେ ଦୋଷ ଦେଉଛନ୍ତି ବିରୋଧୀ ।