ଝାଡ଼ବନ୍ଧ ଗାଁରେ ସ୍କୁଲ ପିଲାଙ୍କୁ ଘାରିଛି ଭୂତ ଭୟ, କମୁଛି ଉପସ୍ଥାପନ

ଆସିକା: ଭୂତ ଭୟରେ ସ୍କୁଲ ଯାଉନାହାନ୍ତି ପିଲା । କମୁଛି ଉପସ୍ଥାନ । ଗଞ୍ଜାମ ଜିଲ୍ଲା ଧରାକୋଟ ଝାଡ଼ବନ୍ଧ ଗାଁର ଗରୁଡେଶ୍ବର ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।

ଛାତ୍ରଛାତ୍ରୀଙ୍କୁ ଘାରିଛି ଭୂତ ଭୟ । ଆଉ ଭୂତ ଛଡ଼ାଇବାକୁ ଗୁଣି ଗାରେଡିର ଆଶ୍ରୟ ନେଇଛନ୍ତି ଲୋକ । ସ୍କୁଲ ଭିତରେ ଚାଲିଛି ଝଡ଼ାଫୁଙ୍କା । ଏ ଦୃଶ୍ୟ ବୟାନ କରୁଛି ଅନ୍ଧବିଶ୍ବାସର କଥା । ଯାହା ଏବେ ପ୍ରଶାସନର ମୁଣ୍ଡବିନ୍ଦାର କାରଣ ପାଲଟିଛି । ସ୍କୁଲରେ ୧୩୦ରୁ ଅଧିକ ନବମ ଓ ଦଶମ ପିଲା ପଢ଼ନ୍ତି । ହେଲେ ୧୩ ଦିନ ତଳେ ସ୍କୁଲରେ ଏକ ଅଜବ ଘଟଣା ଦେଖିବାକୁ ମିଲିଥିଲା । ତା’ପରଠୁ ସ୍କୁଲ ଆସୁନାହାନ୍ତି ପିଲା । ହଠାତ୍ ପ୍ରାର୍ଥନା ବେଳେ ଛାତ୍ରୀ ବେହୋସ ହୋଇଗଲେ, ହଠାତ୍ କାନ୍ଦିଲେ ଆଉ ହସିଲେ । ଏସବୁ ଦେଖି ସ୍କୁଲରେ ଭୂତ ଥିବା ନେଇ ଆତଙ୍କ ଖେଳିଯାଇଛି । ନା ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି, ନା ପିଲା ସ୍କୁଲ ଯିବାକୁ ରାଜି ହେଉଛନ୍ତି । ଏପରି ସ୍ଥିତିରେ କମ୍ ପିଲାରେ ଚାଲିଛି କ୍ଲାସ୍, କମୁଛି ଉପସ୍ଥାନ ।

ଏଥିସହିତ ପଢ଼ନ୍ତୁ: ସ୍ୱାଧୀନତା ଦିବସ ପାଇଁ କୋଭିଡ କଟକଣା; ପରେଡରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ