ଏସିଆ କପ୍: ପାକିସ୍ତାନର ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ

1 min read

ଦୁବାଇ: ଏସିଆ କପ୍ ସୁପର ସଣ୍ଡେରେ ସୁପର-୪ ମ୍ୟାଚରେ ପାକିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୧ ରନ୍ କରିଛି । ଆଜି ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ୪୪ ବଲରେ ୪ ଚୌକା ଓ ଗୋଟିଏ ଚୌକା ସହାୟତାରେ ୬୦ ରନ୍ କରିଛନ୍ତି ।

ପ୍ରଥମେ କେଏଲ ରାହୁଲ ଏବଂ ଅଧିନାୟକ ରୋହିତ ଶର୍ମା ଭାରତକୁ ଭଲ ଷ୍ଟ୍ରାଟ୍ ଦେଇଛନ୍ତି । ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ରାହୁଲ ୨୮ ରନ୍ କରିଥିବା ବେଳେ ରୋହିତ ସମାନ ରନ ୩ ଚୌକା ଓ ୨ ଛକା ସହାୟତାରେ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୨ ଚୌକା ସହାୟତାରେ ୧୩ ରନ୍ କରିଥିଲେ । ଗତ ମୁକାବିଲାରେ ପାକିସ୍ତାନୀ ବୋଲରଙ୍କୁ ଛକା ମାରି ମ୍ୟାଚ ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ । ସେ ଖାତା ଖୋଲି ପାରି ନଥିଲେ । ସେହିପରି ଦୀପକ ହୋଡ଼ା ୧୬ ରନ୍ କରିଥିବା ବେଳେ ରବି ବିଷ୍ନୋଇ ୮ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ସଦବ ଖାନ ୨ଟି ଓ୍ବିକେଟ ନେଇଥିବା ବେଳେ ନସୀମ ଶାହ, ମହମ୍ମଦ ହାସୀନ, ହାରିସ ରାଉଫ ଏବଂ ନଓ୍ବାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।