ପାଇଲଟଙ୍କ ଉପରେ ଗେହଲଟଙ୍କ ବଡ଼ ଆକ୍ରମଣ, ୭ ବର୍ଷ ହେଲା…

1 min read

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ଥରେ ସଚିନ ପାଇଲଟଙ୍କୁ ଟାର୍ଗେଟ୍ କରିଛନ୍ତି । ସୋମବାର ଅଶୋକ ଗେହଲଟ କହିଛନ୍ତି- ସଚିନ ପାଇଲଟ୍ କଂଗ୍ରେସ ପିଠିରେ ଛୁରାମାଡ଼ ଭଳି କାମ କରିଛନ୍ତି । ତାଙ୍କୁ ଅଳ୍ପ ବୟସରେ ବହୁତ କିଛି ମିଳିଥିଲା । ତାଙ୍କୁ ଜଣାଥିଲା ସଚିନ ପାଇଲଟ୍ ଅଯୋଗ୍ୟ ଅଟନ୍ତି ।

ashok sachin

ଏହା ପୂର୍ବରୁ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସଚିନ ପାଇଲଟଙ୍କୁ ଶାଣିତ ଆକ୍ରମଣ କରିଥିଲେ । ଏବେ ଅଶୋକ ଗେହଲଟ କହିଛନ୍ତି- କେବେ ସଚିନ ପାଇଲଟଙ୍କ ଉପରେ ପ୍ରଶ୍ନ କରିନାହୁଁ । ୭ ବର୍ଷ ଭିତରେ ରାଜସ୍ଥାନ ଏକମାତ୍ର ରାଜ୍ୟ ଯେଉଁଠି ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ ପାଇଁ ଦାବି ହୋଇନାହିଁ । ଆମେ ଜାଣିଥିଲୁ ସେ ଅଦରକାରୀ, ଅଯୋଗ୍ୟ । ମୁଁ ଏଠାକୁ ବାଇଗଣ ବିକିବାକୁ ଆସିନି, ମୁଖ୍ୟମନ୍ତ୍ରୀ ହୋଇ ଆସିଛି । ଆମେ ଚାହୁଁନୁ ତାଙ୍କ ବିଷୟରେ କେହି କିଛି କୁହନ୍ତୁ, ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ ।

‘ବିଜେପି କରୁଥିଲା ଫଣ୍ଡି’

ଗେହଲଟ୍ ଅଭିଯୋଗ କରିଛନ୍ତି, ଏବେ ଯେଉଁ ରାଜନୈତିକ ଖେଳ ହେଲା ଏହା ମାର୍ଚ୍ଚ ୧୦କୁ ହେବାର ଥିଲା । ୧୦ ମାର୍ଚ୍ଚକୁ ମାନେସର ଗାଡ଼ିରେ ବାହାରିଥିଲା । ଆମେ ତାହାକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ । ପାଇଲଟ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ବଡ଼ ବଡ଼ କର୍ପୋରେଟ ହାଉସ୍ ମଧ୍ୟ ତାଙ୍କୁ ଟଙ୍କା ଦେଉଥିଲେ । ଏଭଳିକି ବିଜେପି ମଧ୍ୟ ଫଣ୍ଡିଂ କରୁଥିଲା, ଆମେ ଏସବୁ ଚାଲକୁ ବିଫଳ କରିଛୁ ।

ଆଜି ଦେଶରେ ଗୁଣ୍ଡାଗର୍ଦ୍ଦି ବଢ଼ି ଚାଲିଛି, ଇଚ୍ଛା ଅନୁସାରେ ରେଡ୍ ହେଉଛି । ମୋତେ ଦୁଇ ଦିନ ପୂର୍ବରୁ ହିଁ ଜଣାଥିଲା ମୋର ବିଶ୍ୱସ୍ତଙ୍କ ଘରେ ରେଡ୍ ହେବ । ସେ ଆହୁରି ଦାବି କରିଛନ୍ତି- ସଚିନ ପାଇଲଟଙ୍କ ପାଇଁ କୋର୍ଟରେ ମାମଲା ଲଢ଼ୁଥିବା ଓକିଲ ଅଧିକ ଟଙ୍କା ନିଅନ୍ତି । ଟଙ୍କା କେଉଁଠି ଆସୁଛି, କଣ ପାଇଲଟ୍ ସବୁ ଟଙ୍କା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପାଇଲଟ୍ ସାହେବ ଗାଡ଼ି ଚଢ଼ି ନିଜେ ଦିଲ୍ଲୀ ଲୁଚିକରି ଯାଉଥିଲେ । ଆମେ ସଚିନ ପାଇଲଟଙ୍କ ଚାଲର ପର୍ଦ୍ଦାଫାସ୍ କରିଛୁ । ଏସବୁ ପଛରେ ବିଜେପିର ହାତ ଥିବା ସେ କହିଛନ୍ତି । ଏଠାରେ ଥିବା ବିଧାୟକଙ୍କୁ କୌଣସି ଆଶ୍ୱସ୍ତି ନାହିଁ । କିନ୍ତୁ ମାନେସରରେ ବିଧାୟକଙ୍କ ମୋବାଇଲ ଛଡ଼ାଇ ନିଆଯାଇଛି, ସେମାନେ କାନ୍ଦୁଛନ୍ତି ।

ଗୋଟିଏ ପଟେ କଂଗ୍ରେସ ନେତୃତ୍ୱ ପାଇଲଟଙ୍କୁ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗେହଲଟ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି ଟାର୍ଗେଟ୍ କରୁଛନ୍ତି । ଏହା ପୂର୍ବରୁ ଗେହଲଟ୍ ପାଇଲଟଙ୍କୁ ଲକ୍ଷ୍ୟ କର କହିଥିଲେ ଆମ ଉପ ମୁଖ୍ୟମନ୍ତ୍ରୀ ହିଁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ।

Leave a Reply