spot_img

Latest Posts

ଆଉ ଗୋଟିଏ ଦିନ ପରେ ସାବିତ୍ରୀ, ବେପାର ନଥିବାରୁ ନଷ୍ଟ ହେଉଛି ଗଦାଗଦା ଫଳ

ଗଞ୍ଜାମ: ଆଉ ଗୋଟିଏ ଦିନ ପରେ ପରେ ସାବିତ୍ରୀ ଏବଂ ରଜ ପର୍ବ। ଓଡ଼ିଶର ଘରେ ଘରେ ଏହି ଦୁଇଟି ପର୍ବକୁ ଘରର ବୋହୁ ଏବଂ ଝିଅ ପାଳନ କରିଥାନ୍ତି। ସେଥିପାଇଁ କିଛି ଦିନ ପୂର୍ବରୁ ସାବିତ୍ରୀ ବା ରଜ ବଜାର ପୁରା ଚଳଚଞ୍ଚଳ ରହିଥାଏ। ଡ୍ରେସ୍‌ ଠାରୁ ଆରମ୍ଭ କରି ଫଳ ମୂଳ, ସବୁର ବେସ୍‌ ଚାହିଦା ମଧ୍ୟ ରହିଥାଏ। କିନ୍ତୁ ଏଥର କରୋନା ହଜାଇଛି ରଜ ଏବଂ ସାବିତ୍ରୀର ପରମ୍ପରାକୁ। ମଜା ମସ୍ତି ଠାରୁ ଆରମ୍ଭ କରି ସବୁ ଖୁସିକୁ କରୋନା ଲକ୍‌ଡାଉନ୍‌ରେ ଲକ୍‌ କରିଛି। ରାଜ୍ୟର ପ୍ରତ୍ୟକଟି ଅଞ୍ଚଳରେ ସାବିତ୍ରୀ ଏବଂ ରଜ ବେପାର ପୁରା ମାନ୍ଦାରେ ଚାଲିଛି।

କରୋନା ହଜାଇଛି ବ୍ୟବସାୟୀଙ୍କ ନିଦ। ବେପାର ନହେବା ଯୋଗୁ ଚିନ୍ତାରେ ବ୍ରହ୍ମପୁରର ବ୍ୟବସାୟୀ। କରୋନା ପାଇଁ ରାଜ୍ୟରେ ଲକଡାଉନ୍ ଓ ସଟ୍‌ଡାଉନ୍ କଟକଣା ଜାରି ରହିଥିବା ବେଳେ ଆଗୁ ଆସଛି ସାବିତ୍ରୀ। ଆଉ ସାବିତ୍ରୀ ଅମାବାସ୍ୟାରେ ଭଲ ବ୍ୟବସାୟ ହେବା ଆଶାରେ ଥିବା ଲୁଗା ବ୍ୟବସାୟୀ ଓ ଫଳ ବ୍ୟବସାୟୀ ମୁଣ୍ଡରେ ହାତଦେଇ ବସିଛି। ବ୍ୟବସାୟ ନହେବା ଫଳରେ ଦୋକାନର ଭଡା ବି ଦେଇପାରୁ ନାହାନ୍ତି। ଦକ୍ଷିଣ ଓଡ଼ିଶାର ବଡ ବଡ଼ ଆମ୍ବ ବଜାରରବି ସମାନ ଅବସ୍ତା। ବ୍ୟବସାୟର ସିମିତ ସମୟ ଥିବା ଯୋଗୁ ବ୍ୟବସାୟ ଠିକ୍‌ସେ ହେଇପାରୁନଥିବା ବେଳେ ଆମ୍ବ ଗୁଡ଼ିକ ପଚିଶଡି ନଷ୍ଟ ହୋଇଯାଉଥିବା ଅଭିଯୋଗ କରିଛନ୍ତି ଆମ୍ବ ବ୍ୟବସାୟୀ।

Latest Posts

Don't Miss