ସିସୋଦିଆଙ୍କ ସପକ୍ଷରେ ବାହାରିଲେ କେଜ୍ରିଓ୍ୱାଲ; କହିଲେ ଏହି କଥା…

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସପକ୍ଷରେ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ପରେ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି କେଜ୍ରିଓ୍ୱାଲ । ଘଟଣାକୁ ଦିଲ୍ଲୀ ଶିକ୍ଷା ମଡେଲକୁ ନେଇ ନ୍ୟୁୟର୍କ ଟାଇମ୍ସ ଏବଂ ଖଲିଜ ଟାଇମ୍ସରେ ପ୍ରକାଶିତ ଖବର ସହ ଯୋଡ଼ିଛନ୍ତି ।

ଦିନ ୧୨ଟାରେ ସାମ୍ୱାଦିକ ସମ୍ମିଳନୀ କରି କେଜ୍ରିଓ୍ୱାଲ ଏହି ଦୁଇ ଖବର କାଗଜ ଦେଖାଇବା ସହ ସିସୋଦିଆଙ୍କ ସପକ୍ଷରେ ଓକିଲାତି କରିଥିଲେ । ଅନ୍ୟପକ୍ଷରେ ଉଭୟ ଖବରକୁ ପେଡ୍ ନ୍ୟୁଜ୍ ବୋଲି ଅଭିଯୋଗ କରିଛି ବିଜେପି ।

            ଅରବିନ୍ଦ କେଜ୍ରିଓ୍ୱାଲ ସାମ୍ୱାଦିକ ସମ୍ମିଳନୀରେ ୨ଟି ଖବର କାଗଜ ଦେଖାଇ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ତଥା ଦେଶ ଏବଂ ପୂରା ଦୁନିଆର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ ବୋଲି କହିଛନ୍ତି । ଦୁଇ ଖବର କାଗଜ ମଧ୍ୟ ସମାନ କଥା କହିଥିବା ସେ କହିଛନ୍ତି । ଯେଉଁ ଖବରକାଗଜ ଭାରତକୁ ନେଇ ନକାରାତ୍ମକ ଖବର ଛାପୁଥିଲା ଆଜି ସେହି ଖବରକାଗଜ ଭାରତ ସମ୍ପର୍କରେ ସକାରାତ୍ମକ ଖବର ଛାପିଛି । ଏହା ପୂର୍ବରୁ ନ୍ୟୁୟର୍କ ଟାଇମ୍ସ ଭାରତରେ  ମହାମାରୀ କରୋନାରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଉଥିବା ଖବର ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲା ।

On BJP's 'Paid News' Charge, Aam Aadmi Party's 'Get Published In NYT' Jibe

ସିବିଆଇ ଚଢ଼ାଉ ଦ୍ୱାରା ସେ ଆଦୌ ବିଚଳିତ ନୁହଁନ୍ତି । କୌଳାସ ଗହଲୋତ ଏବଂ  ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମଧ୍ୟ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିନ୍ତୁ ଏଥିରୁ କିଛି ବି ବାହାରିବନାହିଁ ।  ସିସୋଦିଆଙ୍କ ବିପକ୍ଷରେ ଏହା ପ୍ରଥମ ଚଢ଼ାଉ ନୁହଁ, ଏହା ପୂର୍ବରୁ ମଧ୍ୟ ହୋଇଛି । ମୋ ଏବଂ ମୋ ମନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଚଢ଼ାଉ ହୋଇଛି । ସେତେବେଳେ କିଛି ବାହାରିନଥିଲା ଏବେ ମଧ୍ୟ କିଛି ବାହାରିବନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେଜ୍ରିଓ୍ୱାଲ ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍, ଦିଲ୍ଲୀ NCR ସହ ୨୦ଟି ସ୍ଥାନରେ ଛାନବିନ୍