ଅରୁଣାଚଳରେ ଯବାନଙ୍କ ହୀମ ସମାଧି, ନିଖୋଜ ୭ଭାରତୀୟ ଯବାନ ସହିଦ: ପାଟ୍ରୋଲିଂ ବେଳେ ଭୀଷଣ ତୁଷାରପାତରେ ଫସିଥିଲେ

ଅରୁଣାଚଳ ପ୍ରଦେଶରେ ଭୀଷଣ ହିମସ୍ଖଳନ ଯୋଗୁଁ ନିଖୋଜ ଥିବା ୭ ଜଣ ଭାରତୀୟ ଯବାନଙ୍କ ଶବ ଜବତ କରାଯାଇଛି । ସୋମବାର ପାଟ୍ରୋଲିଂ କରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ଫସିଯାଇଥିଲେ । ଏହାପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଅନେକ ଖୋଜା ଖୋଜି କରିବା ପରେ ମଙ୍ଗଳବାର ୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଭୀଷଣ ବରଫପାତରେ ଫସିଥିବା ଯବାନଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରଚେଷ୍ଟା ପରେ ବି ସେମାନଙ୍କୁ ଜୀବନ୍ତ ଉଦ୍ଧାର କରିବା ସମ୍ଭବପର ହୋଇ ନାହିଁ । ଭାରତୀୟ ସେନାର ୭ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ପ୍ରଚେଷ୍ଟା କରାଯାଇଥିଲା । କିନ୍ତୁ ଉଦ୍ଧାର ହେବା ବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା । ବର୍ତ୍ତମାନ ଯବାନଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

ଭାରତୀୟ ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କେମାଙ୍ଗ ସେକ୍ଟରରେ ହାଇ ଅଲଟିଟ୍ୟୁଡ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭୀଷଣ ବରଫପାତ ଯୋଗୁ ଫସିଯାଇଥିଲେ ୭ ଯବାନ । ସେଠାରୁ ବାହାରିବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ମଙ୍ଗଳବାର ସମସ୍ତ ସହିଦଙ୍କୁ ଉଦ୍ଧାର କରାଯାଇଛି । କେମାଙ୍ଗ ଅଞ୍ଚଳରେ ଗତ କିଛିଦିନ ହେଲା ଲଗାତାର ଭାବେ ଭୀଷଣ ବରଫପାତ ହେଉଛି । ଯାହା ଫଳରେ ପାଗ ମଧ୍ୟ ଖରାପ ରହିଛି । ଚୀନ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସେନା ପକ୍ଷରୁ ପାଟ୍ରୋଲିଂ କରାଯାଇଥାଏ ।

Leave a Reply