spot_img

Latest Posts

ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶାର ଚାଷୀ ଧାନ ବିକ୍ରି କଲେ ଗରିବ ହୋଇଯିବାର ଆଶଙ୍କା

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ -ଏମ୍‌ଏସ୍‌ପି ବୃଦ୍ଧି ସମ୍ପର୍କରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ଗତ ୯ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୨ ଖରିଫ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି କରାଯାଇଛି। ଏହା ରାଜ୍ୟର ଚାଷୀମାନଙ୍କ ହିତରେ ସାହାଯ୍ୟ କରିବ ନାହିଁ। ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶାର ଚାଷୀ ଧାନ ବିକ୍ରି କଲେ ଗରିବ ହୋଇଯିବାର ଆଶଙ୍କା ରହିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏହାଦ୍ୱାରା ଚାଷୀମାନେ ଉପକୃତ ହେବେ। ଏନେଇ କେନ୍ଦ୍ରକୁ ମଧ୍ୟ ବାରମ୍ବାର ଚିଠି ଲେଖାଯାଇଛି। ରାଜ୍ୟ ସରକାର କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି। କୃଷକଙ୍କ ଆୟ ଦୁଇଗୁଣ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଧାନର ସହାୟକ ମୂଲ୍ୟରେ ଏତିକି ବୃଦ୍ଧି କଲେ ଚାଷୀ ଉପକୃତ ହେବେନାହିଁ। ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଆଶୁ ସମାଧାନ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

Latest Posts

Don't Miss