ସ୍ବାଧୀନତା ଦିବସ ପୂର୍ବରୁ ମାତିଲେ ଆତଙ୍କବାଦୀ ; ଜାମ୍ମୁ ଓ କାଶ୍ମୀରରେ ସେନା ଅଫିସର ସହିଦ

1 min read

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲା ଅନ୍ତର୍ଗତ ଆସାର ଅଞ୍ଚଳରେ ସହିଦ ସେନା ଅଫିସର। ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ହୋଇଥିବା ଗୁଳିବିନିମୟରେ ପ୍ରାଣ ହରାଇଛନ୍ତି ଅଫିସର। ଏହି ଘଟଣାରେ ଜଣେ ନାଗରିକ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଧରିବା ଲାଗି ସେଠାରେ ଚାଲିଛି ସର୍ଚ୍ଚ ଅପରେସନ। ଶିବଗଡ଼-ଆସାର ଅଞ୍ଚଳରେ ଆତଙ୍କବାଦୀ ରହିଥିବା ସୂଚନା ମିଳିବା ପରେ ସେଠାରେ ଯବାନଙ୍କ ପକ୍ଷରୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା।

ଆତଙ୍କବାଦୀଙ୍କ ନିକଟରୁ ଏକ ଆମେରିକା ନିର୍ମିତ ଏମ-୪ ଆସଲ୍ଟ ରାଇଫସ ଜବତ ହୋଇଛି। ସ୍ବାଧୀନତା ଦିବସ ଲାଗି ସାରା ଦେଶରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବାବେଳେ ଜାମ୍ମୁ ଓ କାଶ୍ମୀରରେ ବି ଅପରେସନ ଜୋରଦାର କରାଯାଇଛି। ନିରାପତ୍ତା ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ରତିରକ୍ଷା ରାଜନାଥ ସିଂଙ୍କ ବୈଠକ ପରେ ଏହି ଆକ୍ରମଣ ଚିନ୍ତା ସୃଷ୍ଟି କରିଛି। ଗତ ମାସରେ କୁପୱାରା ଜିଲ୍ଲାରେ ଆତଙ୍କୀଙ୍କ ଗୁଳିରେ ଜଣେ ଯବାନଙ୍କ ପ୍ରାଣହାନି ଘଟିଥିଲା।