ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମାରିଲା ସେନା,ଜାଣନ୍ତୁ ପହଲଗାମ ଆକ୍ରମଣ ସହ ନିହତଙ୍କ ସମ୍ପର୍କ ଅଛି ନା ନାହିଁ

ଜାମ୍ମୁ କାଶ୍ମୀର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀର ବାରାମୁଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପୁଣି ଅତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ । ଏହି ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ରାଇଫଲ ଏବଂ ଗୋଟିଏ ଆଇଇଡି ଜବତ ହୋଇଛି ।
ସୂଚନା ଅନୁସାରେ, ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷାବାହିନୀଙ୍କ ଦ୍ବାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନେ ଦୁଇରୁ ତିନିଦିନ ଧରି ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଆଜି ଏହି ଉଦ୍ୟମ ବେଳେ ନିୟୋଜିତ ସୁରକ୍ଷାବାହିନୀ ସେମାନଙ୍କୁ ଅଟକାଇଥିଲେ । ଏହାପରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।