କୋଲକାତା: ପଶ୍ଚିମବଙ୍ଗରେ ଶାସକ ଦଳର ନେତାଙ୍କ ଘରୁ ଓ ଜମିରୁ ବେଆଇନ ଅସ୍ତ୍ରଶସ୍ତ୍ର ମିଳିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚବିଶ ପରଗଣା ଜିଲ୍ଲାର ତୃଣମୂଳ କଂଗ୍ରେସ (TMC) ନେତା ତଥା ଜିଲ୍ଲା ପରିଷଦ ସ୍ବାସ୍ଥ୍ୟ ଅଧିକାରୀ ଅଜିତ ସାହା ଏବଂ ତାଙ୍କ ଭାଇ ସୁଜିତ ସାହାଙ୍କ ବିଭିନ୍ନ ଠିକଣା ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
. ୩ଟି ଡବଲ୍ ବ୍ୟାରେଲ୍ ବନ୍ଧୁକ
. ପାଇପ୍ ଗନ୍ ଓ ଅନ୍ୟାନ୍ୟ ବନ୍ଧୁକ
. ବିପୁଳ ପରିମାଣର କାର୍ଟ୍ରିଜ୍ (ଗୁଳି)
ପୋଲିସ ହେପାଜତରେ ଥିବା ଦୁଇ ଭାଇ ଅଜିତ ଏବଂ ସୁଜିତଙ୍କୁ ଶକ୍ତିନଗର ଅଞ୍ଚଳରେ ଥିବା ସେମାନଙ୍କ ଜମିକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଉପସ୍ଥିତିରେ ହିଁ ଏହି ସ୍ପେଶାଲ ସର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇ ଅଧିକ ପରୀକ୍ଷା ପାଇଁ ଫୋରେନ୍ସିକ ଲାବ୍କୁ ପଠାଯାଇଛି।
ସୂଚନାଯୋଗ୍ୟ ଯେ, ଅଜିତ ସାହା ଏବଂ ତାଙ୍କ ଭାଇ ସୁଜିତ ସାହାଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି, ଯାହାଫଳରେ ପୁଲିସ ଅନେକ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ।
୧. ନିର୍ବାଚନ ପରବର୍ତ୍ତୀ ହିଂସା ଘଟାଇବା।
୨. ଅଞ୍ଚଳରେ ଜୋର ଜବରଦସ୍ତ ଦାଦାବଟି ଆଦାୟ କରିବା।
୩. ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।

