ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ଅର୍ଜୁନ ତେନ୍ଦୁଲକର

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସାହାଯ୍ୟ ମାଗିଛନ୍ତି । ଯେଉଁଥିରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ କୁକୁର ଛୁଆ ପାଇଁ ସାହାଯ୍ୟ ମାଗିଥିବା ଦେଖିବାକୁ ମିଳିଛି । କୁକୁର ଛୁଆର ମା ମରିଯାଇଥିବାବେଳେ ଏହାକୁ ରଖିବାକୁ ସେ ଜଣାଇଛନ୍ତି । କେହି ତାଙ୍କୁ ରଖନ୍ତୁ ବୋଲି କହିଛନ୍ତି । ସେ ନିଜର ପୋଷ୍ଟରେ ଠିକଣା ସହ ପୋଷ୍ଟ କରିଛନ୍ତି । ସେପଟେ ଅର୍ଜୁନ ତେନ୍ଦୁଲକର ଜଣେ ପଶୁପ୍ରେମୀ । ସେ କୁକୁରକୁ ଅଧିକ ଭଲ ପାଉଥିବା ପୂର୍ବରୁ ଫଟୋରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ କୁକୁରର ଦୁଃଖକୁ ଦେଖି ପାରୁନାହାନ୍ତି । କହି ରଖୁଛୁ କି, ଏବେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ଅର୍ଜୁନ । ଚଳିତ ବର୍ଷ କିନ୍ତୁ ସେ ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ପାଇନାହାନ୍ତି ।