ରକ୍ତଦାନ ଶିବିରର ଆୟୋଜନ କରିବେ ଅରିନ୍ଦମ୍‌: ରକ୍ତଦାନ ନେଇ ସ୍ୱେଚ୍ଛାସେବୀଙ୍କୁ କଲେ ଆହ୍ୱାନ

1 min read

କଟକ: ‘ଓଡିଶା ମୋ ପରିବାର’ ଓ ’ଜୀବନ ବିନ୍ଦୁ’ ପକ୍ଷରୁ ଲୋକପ୍ରିୟ ବିଜେଡି ଯୁବ ନେତା ଅରିନ୍ଦମ ୮ ଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟରେ ରକ୍ତର ଘୋର ଅଭାବକୁ ଦୂର କରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅରିନ୍ଦମ ରୟ ଦୀର୍ଘ ୮ ଦିନବ୍ୟାପି ଏହି ବିଶାଳ ରକ୍ତଦାନ ଅଭିଯାନ ଆରମ୍ଭ କରିବେ ।

Arindam

୧୪ରୁ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଓସିଏ କନଫରେନ୍ସ ହଲରେ ଆୟୋଜିତ ହେବାକୁ ଥିବା ଏହି ରକ୍ତଦାନ ଶିବିରରେ ନିଜର ଶୁଭେଚ୍ଛୁଙ୍କ ଠାରୁ ଆରମ୍ଭ କରି ସମର୍ଥକ, ଯୁବ-ଛାତ୍ର, ମହିଳା ଦଳୀୟ କର୍ମକର୍ତ୍ତା ଏବଂ ଅନେକ ସ୍ୱେଚ୍ଛାସେବୀଙ୍କୁ ଏଥିରେ ଯୋଗ ଦେବା ପାଇଁ ଶ୍ରୀ ରୟ ନିବେଦନ କରିଛନ୍ତି । ଏହି ବିଶାଳ ରକ୍ତଦାନ ଶିବିର ୧୪ ମାର୍ଚ୍ଚରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହା ସହ ଆଗାମୀ ଦିନରେ ରକ୍ତର ଅଭାବକୁ ଦୂର କରିବା ଲାଗି ସମସ୍ତ ସ୍ୱେଚ୍ଚାସେବୀଙ୍କୁ ଏଥିପାଇଁ ଆଗେଇ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

 

Leave a Reply