ଅର୍ଚ୍ଚନାଙ୍କୁ ୬ ଦିନ ଓ ଜବନ୍ଧୁଙ୍କୁ ୯ ଦିନ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନା ନାଗଙ୍କୁ ଇଡି କୋର୍ଟରେ ହାଜର କରିଥିଲା । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ଗିରଫ ପରେ ଦ୍ବିତୀୟ ଦଫାରେ ଅର୍ଚ୍ଚନାକୁ ୬ ଦିନ ଓ ଜଗବନ୍ଧୁ ଚାନ୍ଦଙ୍କୁ ୯ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ ।

ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଉଭୟଙ୍କୁ ଗିରଫ କରାଯାଇଛି । ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଉଭୟଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା । ଗତକାଲି ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଜଗବନ୍ଧୁ । ଖଣ୍ଡଗିରି ଥାନାରେ ଦାୟର ମାମଲା ଅନୁଯାୟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଗକୁ ମନି ଲଣ୍ଡରିଂ ସମ୍ପର୍କରେ ଉଭୟଙ୍କୁ ସମ୍ନାସାମ୍ନି ଜେରା କରିପାରେ ଇଡି ।