spot_img

Latest Posts

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ସାମିଲ ହେଲେ ଏ.ଆର. ରହମାନ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ସାମିଲ ହେଲେ ପ୍ରସିଦ୍ଧ ସଂଗୀତଜ୍ଞ ଏ.ଆର. ରହମାନ। ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ଲାଗି ଏକ ୩୦ ମିନିଟର ପରଫର୍ମାନ୍ସ ଭିଡିଓ ପ୍ରସ୍ତୁତ କରିଛନ୍ତି ରହମାନ। ଏହା ସହ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଭୂମିକା ନିର୍ବାହ କ୍ଷେତ୍ରରେ ରହମାନ ହେଉଛନ୍ତି ପ୍ରଥମ ଦକ୍ଷିଣ ଏସୀୟ ସଂଗୀତଜ୍ଞ। ଆସନ୍ତା ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ରହମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଛି। କମଳା ହାରିସ ଯଦି ବିଜୟୀ ହୁଅନ୍ତି ତେବେ ସେ ହେବେ ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଓ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି। ଏହି ନିର୍ବାଚନରେ ଏସୀୟ ଆମେରିକୀୟ ଓ ପ୍ରଶାନ୍ତ ମହାସାଗରୀୟ ଦ୍ବୀପପୁଞ୍ଜ ବା ଏଏପିଆଇର ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ଏହା ସହ କମଳା ହାରିସ ଭାରତୀୟ ଆମେରିକୀୟଙ୍କ ଭୋଟ ପାଇବାରେ ଲହମାନଙ୍କ  ଭୂମିକା ପ୍ରମୁଖ ହେବ ବୋଲି ଆଶା କରାଯାଉଛି।

Latest Posts

Don't Miss