ଅପସରାଙ୍କୁ ନୂଆ ଜୀବନ ଦେଲା BSKY

1 min read

ସୁନ୍ଦରଗଡ଼: BSKY କାର୍ଡ ଦେଲା ନୂଆ ଜୀବନ । ସୁସ୍ଥ ହେଉଛି ସୁନ୍ଦରଗଡ଼ ଜିଲ୍ଲା ତେଲେନଡିହି ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଆହତ ଶିଶୁ କନ୍ୟା । ଗତ ୧୭ ତାରିଖରେ ତେଲେନଡିହି- ଟାଙ୍ଗରମୁଣ୍ଡା ମନ୍ଦିର ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଉପରେ ବାଲି ବୋଝେଇ ହାଇଓ୍ବା ଚଢି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଅନୁକମ୍ପା ଘୋଷଣା କରିଥିଲେ । ଦୁର୍ଘଟଣାରେ ଆହତ ଶିଶୁ କନ୍ୟା ଏବେ ସୁସ୍ଥ ହୋଇଥିବାବେଳେ ତାଙ୍କୁ ସାକ୍ଷାତ କରିଛନ୍ତି ହକି ଇଣ୍ଡିଆ ସଭାପତି ।

ନୂଆ ଜୀବନ ଦେଲା BSKY କାର୍ଡ । ପରିବାରକୁ ହରାଇଥିଲେ ସୁଦ୍ଧା ଜୀବନ ପାଇଛନ୍ତି ଅପସରା ଖାତୁନ । ଏହି ୧୪ ବର୍ଷର ଶିଶୁକନ୍ୟାକୁ ଘରୋଇ ହସପିଟାଲରେ ମାଗଣାରେ ଯୋଗାଇ ଦିଆଯାଇଥିଲା ଅତ୍ୟାଧୁନିକ ଚିକିତ୍ସା । ଗୁରୁତର ଆହତ ଅଵସ୍ଥାରେ ଜୟ ପ୍ରକାଶ ହସ୍ପିଟାଲରୁ ଆସିଥିଲା ଅପସରା । ଉପରେ ଅଟୋ ପଡି ଗୁରୁତର ଆହତ ହୋଇଥିଲେ ଅପସରା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଡାକ୍ତର କହିଥିବାବେଳେ ହସପିଟାଲ ଯାଇ ଶ୍ରମମନ୍ତ୍ରୀ ଓ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ତାଙ୍କ ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ଗତ ୧୭ ତାରିଖରେ ବଲାଙ୍ଗୀର ତେଲେନଡିହି- ଟାଙ୍ଗରମୁଣ୍ଡା ମନ୍ଦିର ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଉପରେ ବାଲି ବୋଝେଇ ହାଇଓ୍ବା ଚଢି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ବଗିଚାପଡ଼ା ଅଞ୍ଚଳର ଗୋଟିଏ ପରିବାରର ୪ ଜଣ ଓ ଅଟୋ ଡ୍ରାଇଭର ପ୍ରାଣ ହରାଇଥିଲେ । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଅନୁକମ୍ପା ଘୋଷଣା କରିଥିଲେ । ଏହାସହ ଆହତଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । BSKY ଅଧିନରେ ମାଗଣା ଚିକିତ୍ସା ପାଇ ସୁସ୍ଥ ହୋଇଛନ୍ତି ସୁନ୍ଦରଗଡ଼ ସେଣ୍ଟ ମେରୀ ସ୍କୁଲର ନଵମ ଶ୍ରେଣୀ ଛାତ୍ରୀ ଅପସରା । ବଡ଼ହୋଇ ସେ ଜଣେ ଡାକ୍ତର ହେବେ ବୋଲି କହିଛି ।