କଠୋର ହେଲା କମିଶନରେଟ୍ ପୋଲିସ, ବଜାରକୁ ନେଇପାରିବେନି ଗାଡ଼ି
1 min readଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପ୍ରଶାସନ ବାରମ୍ବାର ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛି । ଏଥିସହ ପରିବା, ଗ୍ରୋସରୀ, ମେଡିସିନ୍ ଆଣିବାକୁ ଗଲେ ଚାଲିକରି ଯିବାକୁ କୁହାଯାଉଛି । ଅଧିକାଂଶ ଲୋକ ଏହାକୁ ପାଳନ କରୁନାହାନ୍ତି ।
ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କମିଶନରେଟ୍ ପୋଲିସ ନିୟମ ପାଳନ ନେଇ କଠୋଇ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିବା, ଗ୍ରୋସରୀ, ମେଡିସିନ୍ ପାଇଁ କେହି ମାର୍କେଟ୍ ଗଲେ ଚାଲିକରି ଯିବାକୁ ପୋଲିସ କହିଛି ।
ମାର୍କେଟରେ କୌଣସି ଗାଡ଼ି ଦେଖିଲେ ପାସ୍ ଥାଉ କିମ୍ବା ନଥାଉ ସିଜ୍ କରାଯିବ ବୋଲି ପୋଲିସ୍ କମିଶନର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କୌଣସି ଜରୁରୀ କାମ ଥିଲେ ଜରୁରୀକାଳୀନ ନମ୍ବର ୧୦୦କୁ ଡାଏଲ କରି ସହାୟତା ନେବାକୁ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
NO BIKE OR CAR USE FOR BUYING VEGETABLES , GROCERY, MEDICINE ETC. will be tolerated.
Any vehicle reaching any market with or without vehicle pass will be seized.
Please walk down to the nearby shop to make your purchases.
In emergency Dial 100.— Dr Sudhanshu Sarangi (@SarangiSudhansu) April 5, 2020