ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

1 min read

ମୁମ୍ବାଇ: ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ଏଡିସନ ଖେଳାଯାଉଛି । ଗୁରୁବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ XI ପଞ୍ଜାବ ମଧ୍ୟରେ ଏହି ଟୂର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍‌ ଖେଳାଯାଉଥିଲା । ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲି ଏତେ ଖାସ ପ୍ରଦର୍ଶନ କରିପାରିଲେ ନାହିଁ । ବିରାଟ ଗୋଟିଏ ରନ କରି ଆଉଟ ହୋଇଗଲେ । ଏହି ସମୟରେ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ସୁନିଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନି ବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାକୁ ନେଇ ଏଭଳି କିଛି କହିଛନ୍ତିଯେ, ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ ଲଗାତାର ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ବାହାର କରିବା ପାଇଁ ଦାବି କରୁଛନ୍ତି । ଏବେ ଏହାକୁ ନେଇ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ଅନୁଷ୍କା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ ସୁନିଲ ଗାଭାସ୍କରଙ୍କ କଥାକୁ ନେଇ ଖୁବ ବର୍ଷିଥିବା ନଜର ଆସିଛି । ତେବେ ବିରାଟଙ୍କ ଖରାପ ପ୍ରଦର୍ଶନର କାରଣ ଅନୁଷ୍କା ବୋଲି କମେଣ୍ଟ୍ରିରେ କହିଛନ୍ତି ସୁନିଲ । ଯାହାର ଅର୍ଥ ବିରାଟଙ୍କ ଧ୍ୟାନ ଅନୁଷ୍କାଙ୍କ ପ୍ରତି ରହୁଥିବାର ସେ ଖେଳରେ ଖରାପ ପ୍ରଦର୍ଶନ କରିଛନ୍ତି । ତେବେ ଏଭଳି କଥାରେ ଅନୁଷ୍କା ଲେଖିଛନ୍ତି କି, ଆପଣଙ୍କ ମେସେଜ ଖୁବ ବିଚଳିତ କରିବା ଭଳି । କିନ୍ତୁ ଜଣେ ପତ୍ନିକୁ ତା ପତିର ଖେଳ ପ୍ରଦର୍ଶନକୁ ନେଇ ଏଭଳି କମେଣ୍ଟ କରିବା ଅନୁଚିତ୍‌। ଆପଣ ଭିନ୍ନ କିଛି ଶବ୍ଦ ସେହି ସମୟରେ ବ୍ୟବହାର କରିପାରିଥାନ୍ତେ । ତେବେ ଜଣେ ଭଦ୍ରବ୍ୟକ୍ତି ହୋଇ ଏଭଳି କମେଣ୍ଟ କରିବା ଶୋଭାପାଉନଥିବା ଲେଖିଛନ୍ତି ଅନୁଷ୍କା ।

Leave a Reply