ଭିଜିଲାନ୍ସ ଜାଲରେ ସରପଞ୍ଚ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରପଞ୍ଚ ଓ ତାଙ୍କ ସ୍ବାମୀ । କଣିହାଁ ବ୍ଲକ ସୁସୁବା ପଞ୍ଚାୟତ ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ପଞ୍ଚାୟତର ପଦ୍ମ ଚରଣ ପ୍ରଧାନ ନାମକ ଜଣେ ବ୍ୟକ୍ତି ଫାର୍ମ ପଣ୍ଡ ଖୋଳାଇଥିଲେ । ଏହାର ବିଲ୍ ପାଇଁ ସରପଞ୍ଚ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ପଦ୍ମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଏଥିପାଇଁ ସରପଞ୍ଚଙ୍କୁ ତାଙ୍କ ସ୍ବାମୀଙ୍କ ଜରିଆରେ ୨୦ ହଜାର ଟଙ୍କା ଦେଉଥିବା ବେଳେ ଅନୁଗୁଳ ଓ କଟକ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲେ । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରି ତଦନ୍ତ କରୁଛି ।