କୋର୍ଟରେ ହାଜର ହେଲେ ଅନୁଭବ; ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ

1 min read

କଟକ: ସେଲିବ୍ରିଟି କପଲ୍ ଅନୁଭବ-ବର୍ଷା ଘରୋଇ ହିଂସା ବିବାଦ ମାମଲା। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ। ଅନୁଭବଙ୍କ ଆବେଦନ ଉପରେ ହେଲା ଶୁଣାଣି। ରାୟ ସଂରକ୍ଷିତ ରଖିଲେ କୋର୍ଟ। ତେବେ ଏହା ପୂର୍ବରୁ ଅନୁଭବଙ୍କ ଭିଡ଼ିଓ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ହେଉଛି ।

ଅନୁଭବ ଆଉ ଏକ ଭିଡିଓ କରି ବର୍ଷାଙ୍କୁ କିଛି ପ୍ରସଂଗରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବର୍ଷା ତାଙ୍କୁ ସ୍ୱାମୀ ବୋଲି କହୁଛନ୍ତି, ହେଲେ ଗଣମାଧ୍ୟମରେ ଯେତେବେଳେ ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ହେଉଥିଲା, ସେତେବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ? ଏବେ ତାଙ୍କ କଥା ପଡ଼ିବାରୁ ସେ ଥାନାକୁ ଯାଇ କାହିଁକି ଧୈର୍ଯ୍ୟହରା ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହାସହ ସମ୍ମାନ ସହ ଅଲଗା ହେବାକୁ ବର୍ଷାଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ । ନଚେତ୍ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି । କେବଳ ଏତିକି ନୁହେଁ, ବର୍ଷାଙ୍କ ସବୁ ଡକ୍ୟୁମେଣ୍ଟ ଜାଲ୍‌ ବୋଲି କହିଛନ୍ତି ଅନୁଭବ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କିଏ ସତ କହୁଛି କିଏ ମିଛ କହୁଛି ? ସେଥିପାଇଁ ଭିଡିଓ ମାଧ୍ୟମରେ ପଲିଗ୍ରାଫ୍, ଲାଏ ଡିଟେକ୍ସନ ଓ ମେଡିକାଲ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି । ବର୍ଷା ବି ଏହି ଟେଷ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ।

ଏଥିସହିତ ପଢ଼ନ୍ତୁ: ଅନୁଭବ ଭିଡିଓ ପାର୍ଟ- ୩ ; ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କଲେ