ଜାମିନ ନେଲେ କେନ୍ଦ୍ରମନ୍ତ୍ରୀ, ସମାଲୋଚନା କଲେ ବିଜେଡି ନେତା

ବାରିପଦା: ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ବିବାଦରେ ଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ  । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଲା ଆଗୁଆ ଜାମିନ । କେନ୍ଦ୍ରମନ୍ତ୍ରୀଙ୍କୁ ହାଇକୋର୍ଟ ଦେଲେ ଆଗୁଆ ଜାମିନ । ତଦନ୍ତରେ ଆଇଆଇସିଙ୍କୁ ସହଯୋଗ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୪ରେ ବାରିପଦା ଆଇଆଇସିଙ୍କ ନିକଟରେ ହାଜର ପାଇଁ ହୋଇଛି ନିର୍ଦ୍ଦେଶ । ମାର୍ଚ୍ଚ ୮ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ ବିଶେଶ୍ୱର ଟୁଡୁଙ୍କ ଆଗୁଆ ଜାମିନ ଆବେଦନ ମାମଲାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ପଦ ମର୍ଯ୍ୟାଦା ଦୃଷ୍ଟିରୁ ଜଣେ କେନ୍ଦ୍ରମନ୍ତ୍ରୀ ନିକଟରେ ଏହା ଶୋଭା ପାଉନାହିଁ ବୋଲି ସେ କହିଛନ୍ତି । ବିଜେଡି ସୁପ୍ରିମୋଙ୍କ ଠାରୁ ବିଜେପି ଶିକ୍ଷା ନେବା କଥା ବୋଲି କହିଛନ୍ତି ବିଜେଡ଼ି ନେତା ।

ବିଜେପି ନେତାଙ୍କୁ ଆକ୍ରମଣ କରି ବିଜେଡି ବିଧାୟକ ଦଳରୁ ନିଲମ୍ବିତ ହୋଇଥିଲେ । କିନ୍ତୁ ବିଜେପି ନେତାଙ୍କ ଏପରି କାର୍ଯ୍ୟରେ ଏପର୍ଯ୍ୟନ୍ତ ନେତୃତ୍ୱ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଦେବଶିଷ । ବିଶେଶ୍ୱର ଟୁଡୁ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଥାନାକୁ ଯାଇ ତଦନ୍ତରେ ସହଯୋଗ କରନ୍ତୁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

Leave a Reply