ପିପିଲିରେ ପିମ୍ପୁଡ଼ି ଆତଙ୍କ, ଗାଁ ଛାଡିବେ ଲୋକେ

ପିପିଲି: ପିମ୍ପୁଡ଼ି କରୁଛନ୍ତି କଲବଲ  । ନାଲି ପିମ୍ପୁଡ଼ି ପାଇଁ ଚିନ୍ତାରେ ଗାଁଲୋକ । ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁରରେ ମାଳମାଳ ନାଲି ପିମ୍ପୁଡ଼ି । ରାସ୍ତାରେ ଚାଲି ହେଉନି କି ଘରେ ବସି ହେଉନି । ଘରୋଇ କାର୍ଯ୍ୟ ସହିତ ଚାଷ କାର୍ଯ୍ୟ କରିବାରେ ପିମ୍ପୁଡ଼ି ସମସ୍ୟା ସୃଷ୍ଟି କରୁଛି । ଏମିତିକି ଗାଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲେଣି ପିମ୍ପୁଡ଼ି  ।

ପିମ୍ପୁଡ଼ିର ଉପଦ୍ରବକୁ ନେଇ ପ୍ରଶାସନ ପାଖରେ ମିନତୀ କରିଛନ୍ତି ଗ୍ରାମବାସୀ  । ଗାଁରେ ରହୁଥିବା ଶହ ଶହ ପରିବାର ଲୋକେ ଗ୍ରାମରୁ ପିମ୍ପୁଡ଼ି  ମାରିବା ପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି  । କାରଣ ଗାଁରେ ମାତିଥିବା ଏହି  ପିମ୍ପୁଡ଼ି ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାବେଳେ କାମୁଡ଼ିବା ପରେ ଶରୀର ବିଭିନ୍ନ ସ୍ଥାନରେ କୁଣ୍ଢେଇ ହୋଇ ଫଳିଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ପ୍ରାୟ ଗ୍ରାମରେ ୮ ମାସ ହେବ ପିମ୍ପୁଡ଼ି ମାନଙ୍କ ଉପଦ୍ରବ ଦେଖିବାକୁ ମିଳିଛି  । ଯେଉଁଠି ଦେଖିବେ ସେଠି ପିମ୍ପୁଡ଼ି  । ନା ବାହାରେ ଠିଆ ହେଇପାରୁଛନ୍ତି ଗ୍ରାମବାସୀ  । ନା କୌଣସି କାର୍ଯ୍ୟ କରିପାରୁଛନ୍ତି  । ଏମିତି ଭୟରେ ଗ୍ରାମବାସୀ ଗାଁ ଛାଡିବା ନେଇ ମଧ୍ୟ ମନସ୍ଥ କରିଛନ୍ତି  । ତେବେ ବନ୍ୟା ଛାଡ଼ିଯିବା ପରେ ଗାଁରେ ଅଧିକ ପିମ୍ପୁଡ଼ି ଦେଖିବାକୁ ମିଳୁଥିବା  କହିଛନ୍ତି ଗ୍ରାମବାସୀ