ସୁସ୍ଥ ହେଲେ ରାଜ୍ୟର ଆଉ ୨ କରୋନା ସଂକ୍ରମିତ
1 min readଭୁବନେଶ୍ୱର: ରାଜ୍ୟର ଆଉ ୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ, ଆରୋଗ୍ୟ ଲାଭ କରିଥିବା ୨ ଜଣ ରାଜଧାନୀ ଭୁବନେଶ୍ୱରର । ପୂର୍ବରୁ ୧୯ ଜଣ ସଂକ୍ରମିତଙ୍କ ନମୁନା ନେଗେଟିଭ୍ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।
As Odisha continues to contain Covid , another two patients, both belonging to Bhubaneswar, have recovered and tested negative for COVID-19. They are being discharged from the hospital.
With these two cases, the total recoveries is 21.
— H & FW Dept Odisha (@HFWOdisha) April 17, 2020
ଶୁକ୍ରବାର ୨ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ମୋଟ ୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ଖସିଛି । ସେହିଭଳି ରାଜ୍ୟରେ ମୋଟ ୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ଖସି ଆସିଛି । ଆରୋଗ୍ୟ ଲାଭ କରିଥିବା ୨ ଜଣଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।
ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ
ରାଜଧାନୀରେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ଯାଏଁ ୧୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ୬୦ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ଭଲ ହୋଇ ଘରକୁ ଫେରି ସଂଗରୋଧରେ ଅଛନ୍ତି । ସଂକ୍ରମଣ ରୋକିବାକୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।