ଓଡିଶାରେ ଆଉଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ଦୁଇକୁ ବୃଦ୍ଧି

ଭୁବନେଶ୍ୱର: କରୋନା ପାଇଁ ସାରା ବିଶ୍ୱରେ ଏକ ପ୍ରକାରର ଭୟ ଦେଖା ଦେଇଛି । ଯାହାକୁ ନେଇ ସତର୍କ ରହିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଓଡିଶାରେ ମଧ୍ୟ ଏନେଇ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି ।

ଏଇ ଭିତରେ ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ଆଜି ୧୪ଟି ସାମ୍ପୁଲ ଟେଷ୍ଟ ପାଇଁ ଆର୍‌ଏମ୍‌ଆର୍‌ସି କୁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ନମୂନା ପଜେଟିଭ ଆସିଛି ।

ମାଲେସିଆରେ ଭୋକ ଉପାସରେ ଫସିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତି, ସହାୟତା ପାଇଁ କଲେ ନିବେଦନ

ଏନେଇ ଟ୍ୱିଟରରେ ସ୍ୱାସ୍ଥ୍ୟ ଏବଂ ପରିପାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଚିହ୍ନଟ ବ୍ୟକ୍ତି ପୂର୍ବରୁ କରୋନା ପ୍ରଭାବିତ ଦେଶକୁ ଯାତାୟତ କରିଛନ୍ତି । ଚିହ୍ନଟ ହେବା ବ୍ୟକ୍ତି କାହା କାହା ସହ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଷ୍ଟେଟ ସର୍ଭିଲାନ୍ସ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply