ରାଜ୍ୟରେ ଆଉ ୪୭୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୭୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬, ସମ୍ବଲପୁରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୫, ପୁରୀରୁ ୧୪, ଗଞ୍ଜାମରୁ ୧୨, ଯାଜପୁରରୁ ୧୧, ଅନୁଗୁଳରୁ ୧୦, ଷ୍ଟେଟପୁଲରୁ ୯, ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକରୁ ୬, ବରଗଡ଼ରୁ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ସୋନପୁର, ଗଜପତି, କେନ୍ଦ୍ରାପଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩ହଜାର ୮୫ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟଗୁଡ଼ିକରେ କରୋନା ସମ୍ପ୍ରକିତ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ୪୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରୁ ୫ ହଜାର ୮ଶହ ଏବଂ ଦିଲ୍ଲୀରୁ ୩ ହଜାର ୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ କରୋନାର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥିସହିତ ପଢ଼ନ୍ତୁ:ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ

 

 

Leave a Reply